ଘରକାମକୁ ନେଇ କଟୁରୀରେ ହାଣିଲେ ଧ୍ରୁବଚରଣଙ୍କୁ, ଧ୍ରୁବଚରଣ ଏବେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ
ଆଜି ପୁରୀଜିଲ୍ଲା ପୁରୀ ସଦର ଆନ୍ତର୍ଗତ ତଳଜଙ୍ଘ ଗ୍ରାମର ନଈସାହିର ଧ୍ରୁବଚରଣ ପ୍ରଧାନ ନିଜ ଛାତ ଉପରେ ମିସ୍ତ୍ରୀ ଏବଂ ଲେବରଙ୍କୁ ନେଇ କାର୍ଯ୍ୟ କରୁଥିବା ବେଳେ ପଡିସା ଘର ୱାର୍ଡସଭ୍ୟ ପୂର୍ଣ୍ଣଚନ୍ଦ୍ର ଦାସ ଙ୍କ ସାନଭାଇ ପ୍ରଶାନ୍ତ ଦାସ ମିସ୍ତ୍ରୀ ଏବଂ ଲେବର ଙ୍କୁ ମାଡାମରିବା ସହିତ ଢେଲାମାଡ଼କରି ତଡିଦେଇଥିଲେ ସେହି ସମୟରେ ଧ୍ରୁବଚରଣ ପହଞ୍ଚିବାରୁ ତାଙ୍କୁ କଟୁରୀରେ ଆକ୍ରମଣ କରିଛନ୍ତି ପ୍ରଶାନ୍ତ l ଏହା ଉପରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଧ୍ରୁବ ଚରଣଙ୍କ ପୁତ୍ର ବିକ୍ରମ ପ୍ରଧାନ ବର୍ତ୍ତମାନ ଧ୍ରୁବଚରଣ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ୨୩୭ ନମ୍ବର ବେର୍ଡରେ ଚିକିତ୍ସାଧୀନ ଅଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
