May 14, 2026

ବୋଲଗଡରେ ଶୈକ୍ଷିକ ଉନ୍ନୟନ ପରିଷଦ ଗଠିତ

IMG-20260506-WA0043
Share

 

 

ବୋଲଗଡ, (ଉପାନ୍ତ ଖବର ମାନସ ରଞ୍ଜନ କର) ତା- ୦୬/୦୫. ବୁଧବାର ଦିନ ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ ଅନ୍ତର୍ଗତ ସାନପଦର ସ୍ଥିତ ଭକ୍ତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ଯ ଓ ପ୍ରାଥମିକ ଶିକ୍ଷକ ସଂଘ (ଏନ୍.ପି.ଏସ୍.)ର ସମ୍ପାଦକ ପ୍ରଫୁଲ୍ଲ କୁମାର ସିଂହଙ୍କ ସଂଯୋଜନାରେ ଏକ ବୈଠକ ଅନୁଷ୍ଠିତ ହୋଇ ମଣ୍ଡଳ ସ୍ତରୀୟ ଶୈକ୍ଷିକ ଉନ୍ନୟନ ପରିଷଦ ଗଠିତ ହୋଇଯାଇଛି। ଉକ୍ତ ପରିଷଦରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ବାଇଁ ନିର୍ଦ୍ଦେଶକ, ବୋଲଗଡ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞସେନୀ ସାହୁ ,ପ୍ରାକ୍ତନ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ପଦ୍ମ ଚରଣ ବେହେରା,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ବାଇଁ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅମିତା ମିଶ୍ରଙ୍କୁ ଉପଦେଷ୍ଟା ମଣ୍ଡଳୀରେ ରଖାଗଲା ।ରବିନ୍ଦ୍ର କୁମାର ବେହେରାଙ୍କୁ ସଭାପତି,ପ୍ରଣତି ସିଂହଙ୍କୁ ଉପସଭାନେତ୍ରୀ, ପ୍ରମୋଦ କୁମାର ହୋତାଙ୍କୁ ସମ୍ପାଦକ, ଅଶୋକ କୁମାର ସାହୁଙ୍କୁ ଯୁଗ୍ମ ସମ୍ପାଦକ, ପ୍ରିୟଦର୍ଶିନୀ ପାତ୍ରଙ୍କୁ ଯୁଗ୍ମ ସମ୍ପାଦିକା, ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁଙ୍କୁ କୋଷାଧ୍ୟକ୍ଷ ଓ ଭିକାରୀ ପୁଷ୍ଟିଙ୍କୁ ଗଣମାଧ୍ୟମ ସଂଯୋଜକ ରୂପେ ସର୍ବ ସମ୍ମତିକ୍ରମେ ଚୟନ କରାଗଲା। ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଧନ କେନ୍ଦ୍ର ସଂଯୋଜକମାନଙ୍କ ମଧ୍ଯରୁ ୪୨ ଜଣଙ୍କୁ ପରିଷଦର ସଭ୍ଯ ଓ ସଭ୍ଯା ରୂପେ ଗ୍ରହଣ କରାଗଲା।ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଜ୍ଯୋତ୍ସାରାଣୀ ବେହେରା, ଶୈଲେନ ପଟ୍ଟନାୟକ ଓ ଦୂର୍ଗା ପ୍ରସାଦ ସୁବୁଦ୍ଧି ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷକ ବିଜୟ କୁମାର ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।