ରଜ ଉତ୍ସବ 2026 ପାଳନ ନିମନ୍ତେ ପ୍ରଥମ ପ୍ରମୋସନ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20260502-WA0008
Share

ରଜ ଉତ୍ସବ 2026 ପାଳନ ନିମନ୍ତେ ପ୍ରଥମ ପ୍ରମୋସନ କାର୍ଯ୍ୟକ୍ରମ ଅନୁଷ୍ଠିତl ଆଜି ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଶ୍ରୀଧାମ କଲଚରାଲ ଏକାଡେମୀ ଓ ଲତା ଚାରିଟେବୁଲ ଟ୍ରଷ୍ଟ ମିଳିତ ଉଦ୍ୟମ ରେ ଓଡିଶା ର ଗଣପର୍ବ ରଜ ଉତ୍ସବ ନିମନ୍ତେ ପ୍ରଥମ ପ୍ରୋତ୍ସାହନ ସମାବେଶ କୁ ବରିଷ୍ଟ ଆଇନ ଜୀବି ଡ଼. ପ୍ରଧାନ ଧିରେନ ରାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ବରିଷ୍ଟ ମହିଳା ଉଦ୍ୟୋଗୀ ରୁଚିମିତ୍ରା ଜଗଦେବ ମହାପାତ୍ର ଓ ବରିଷ୍ଠ ଶିକ୍ଷୟତ୍ରୀ ଲତାଦାସ ଯୋଗ ଦେଇଥିଲେ l ସମସ୍ତ ସଭ୍ୟ ସଭ୍ୟା ଆନନ୍ଦ ଉଲ୍ଲାସର ସହ ଦୋଳି ଖେଳି ଅନୁଷ୍ଠାନ ଆନୁକୂଲ୍ୟରେ ହେବାକୁ ଥିବା ରଜ ଉତ୍ସବ 2026 ରଜସୁନ୍ଦରୀ, ରଜପରୀପାନ ଭଙ୍ଗା, ଓ ପୋଡ଼ପିଠା ଇତ୍ୟାଦି ପ୍ରତିଯୋଗିତା ଗୁଡିକୁ ସଫଳତା ର ସହ ସମ୍ପାଦନ କରିବେ ବୋଲି ସଂକଳ୍ପ ନେଇଥିଲେ l କାଯ୍ୟକ୍ରମ କୁ ଅନୁଷ୍ଠାନ ର ସଂଯୋଜକ ସନ୍ତୋଷ ବାରିକ ପରିଚାଳନା କରିଥିଲେ l ଏହି କାଯ୍ୟକ୍ରମ ରେ ମାମାଲି ମିଶ୍ର , ବନିତା ବାରିକ, ସ୍ମୃତିସ୍ମରଣିକା ଦାସ , ଶରତ ଚନ୍ଦ୍ର ଭୋଇ , ସୁଲି ନାଏକ , ଦେବଯାନୀ ହିମାଂଶୁ , ପ୍ରିୟଙ୍କା ଜେନା , ଶୁଭଲକ୍ଷ୍ମୀ ପ୍ରଧାନ , ବୁବୁନ ମିଶ୍ର , ନିତୁ ମହାପାତ୍ର , ସୁଚିତ୍ରା ବାରିକ , ସନ୍ଧ୍ୟା ନାୟକ , ଅଙ୍କିତା ଅନୁପମା , ଦେବଯାନୀ ହୋତା , ଦେବସ୍ମିତା ପ୍ରଧାନ , ନେହା ନାଏକ , ସବିତା ଦାସ ସମେତ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed