ଭାର୍ଗବୀ ଆଳତୀ ମହାଡ଼ମ୍ବରରେ ପାଳନ କରାଯାଇଛି
ପୁଣ୍ୟ ଭୂମି ଅତିବତି ଜଗନ୍ନାଥ ଦାସ ଙ୍କ ଜନ୍ମପୀଠ ମାଆ ପଞ୍ଚମୂଖୀ ଘାଟ କପିଳେଶ୍ଵର ପୁର ଠାରେ ଭାର୍ଗବୀ ଆଳତି ର ବାର୍ଷିକ ମହୋତ୍ସବ ଧୂମ ଧାମରେ ଅନୁଷ୍ଠିତ ହୋଇ ଯାଇଛି । ମାଆ ମାନଙ୍କ ନାମ ସଂକିର୍ତ୍ତନ ହରିନାମ ରେ ମୁଖରିତ ହେଉଥିଲା ମାଆ ପଞ୍ଚମୂଖୀ ମଣ୍ଡପ । ଭାର୍ଗବୀ ଆଳତି ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଡ ବଦ୍ରୀ ମିଶଙ୍କ ପ୍ରୋସ୍ନାହନ ରେ କାର୍ଯ୍ୟକ୍ରମ ଆଗକୁ ଯାଇଥିଲା । ଏହି କାର୍ଯ୍ୟ ପାଇଁ ଏକ ଭବ୍ୟ ସଭାର ଆୟୋଜନ କରାଯାଇଥିଲା । ଡ଼ ବିଭୂତି ଭୂଷଣ ନାୟକ ଡ ପ୍ରମୋଦ କୁମାର ଆଚାର୍ଯ୍ୟ ଡ ଶଙ୍କର୍ଷଣ ପ୍ରଧାନ ମଞ୍ଚ ପୌରହିତ୍ୟ କରିଥିଲେ । କାଶିନାଥ ନାୟକ ଦାମୋଦର ପରିଡ଼ା ବିନାୟକ ପାତ୍ର ନିଳମଣୀ ସୁଆର ଅମର ବେହେରା ଦିଲିପ ବଳିଆର ସିଂ ମଞ୍ଚରେ ଉପବେଶନ କରିଥିଲେ । ଭାର୍ଗବୀ ଆଳତି ମଞ୍ଚର ସଭ୍ୟ ସତ୍ୟସୁନ୍ଦର କର ବିରଞ୍ଚି ମିଶ୍ର ଭବାନୀ ଶଙ୍କର ତ୍ରିପାଠୀ ରବି ନାରାୟଣ ପ୍ରଧାନ ବାନାମ୍ବର ପରିଡା ଶରତ ଦେଓ ଗଣେଶ୍ଵର ବେହେରା .ଭୀମ ସେନ ପତି ଜିତେନ୍ଦ୍ର ଦାସ ଙ୍କ ଭବ୍ୟ ଉପସ୍ଥିତି କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲାା । ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଭାଗବୀ ବଞ୍ଚାଅ ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରଶାନ୍ତ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଶୁଭାଷିସ କର ଓ ସୁରେଶ ଚନ୍ଦ୍ର ଦିକ୍ଷିତ ଙ୍କ ଭବ୍ୟ ଆଳତି ବହୁତ ବିତାକର୍ଷକ ଥିଲା । ଶ୍ରୀ ଦ୍ଵାରିକାନାଥ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ I ଶହ ଶହ ଲୋକ ପ୍ରସାଦ ପାଇ ଆନନ୍ଦିତ ହୋଇଥିଲେ । ଆଳତି ରେ ପ୍ରତ୍ୟକ୍ଷ ଭାବରେ ସାହାଯ୍ୟ କରିଥିବା ଭାଇ ମାନଙ୍କୁ ସମ୍ବର୍ଥିତ କରାଯିବା ସହ ମହାନ୍ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରା ଯାଇଥିଲା । ଶେଷରେ ହରିବୋଲ ହୁଳହୁଲି ସହ ସଭା ସାଙ୍ଗ କରା ଯାଇଥିଲା । ଆଗାମୀ ପୂର୍ଣ୍ଣୀମାରେ ଭାଗବୀ ଆଳତୀ ସୁନ୍ଦର ଭାବେ କରାଯିବ ବୋଲି ଭାଗିବୀ ଆଳତି ମଞ୍ଚର ସଭ୍ୟ ମାନେ ମତବ୍ୟକ୍ତ କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
