ajiro khabar
Share

 

 

୧-ଆଜି ବାହାରିବ ମାଟ୍ରିକ୍‌ ରେଜଲ୍ଟ; ଓଡ଼ିଆରେ ମିଳିବ ସାର୍ଟିଫିକେଟ୍, ମେ’ ତୃତୀୟ ସପ୍ତାହରେ ବାହାରିବ +୨ ପରୀକ୍ଷା ଫଳ।

 

୨-ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା, କ୍ଷୟ କ୍ଷତି ହେଲେ ୨୪ ଘଣ୍ଟାରେ କ୍ଷତିପୂରଣ ମିଳିବ : ରାଜସ୍ବ ମନ୍ତ୍ରୀ

 

୩-କେନ୍ଦୁଝର:ଜିତୁ ମୁଣ୍ଡାଙ୍କ ପାଖରେ ପହଁଚିଲା ସରକାରୀ ଯୋଜନା, ମିଳିଲା ବିଜୁଳି ଓ ବାର୍ଦ୍ଧକ୍ୟ ଭତ୍ତା।

 

୪-ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜରଙ୍କୁ କ୍ଲିନ ଚିଟ ଦେଲା ବ୍ୟାଙ୍କ ଅଫିସର୍ସ ଆସୋସିଏସନ, RDC ଙ୍କ ତଦନ୍ତକୁ ଚ୍ୟାଲେଞ୍ଜ।

 

୫-ଏଥର ମହଙ୍ଗା ହେବ ଖାଇବା ଥାଳି; ୩ମାସରେ ୩ ଥର ବଢ଼ିଲାଣି ବାଣିଜ୍ୟିକ ଗ୍ୟାସ୍ ଦର।

 

୬-ଲଗାତର ତିନି ଦିନ ହେବ କଳାହାଣ୍ଡିରେ ମୃଦୁ ଭୂମିକମ୍ପ, ଲୋକେ ଆତଙ୍କିତ।

 

୭-ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବଢିଲା ଶ୍ରମିକଙ୍କ ମଜୁରୀ।ପିଛିଲା ଭାବେ ଏପ୍ରିଲ ୧ରୁ ଲାଗୁ କରିବାକୁ ସରକାରଙ୍କର ନିଷ୍ପତ୍ତି।

 

୮-ବିଷବଳୟରେ ଏସିଆର ଇସ୍ପାତ ରାଜଧାନୀ; ଯାଜପୁର କଳିଙ୍ଗନଗରରେ ବଢୁଛି ପ୍ରଦୂଷଣ ମାତ୍ରା।

 

୯-ଝାରସୁଗୁଡ଼ା:ବେଆଇନ ନଦୀ ଜଳ ବ୍ୟବହାର ପଡିଲା ମହଙ୍ଗା, ବେଦାନ୍ତ ଆଲୁମିନିୟମକୁ ୨୩୩ କୋଟି ଟଙ୍କା ଫାଇନ।

 

୧୦-ଗ୍ରାମୀଣ ବିକାଶରେ ଯୋଡ଼ିହେଲା ନୂଆ ଅଧ୍ୟାୟ; ରାୟଗଡ଼ାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ ଶୁଭାରମ୍ଭ ହେଲା।

 

୧୧-ହିନ୍ଦୋଳ:ଭାରସାମ୍ୟ ହରାଇ ସାପୁଆ ଡ୍ୟାମକୁ ପଶିଗଲା କାର୍, ଗାଡ଼ି ସହ ବୁଡ଼ି ଜଣେ ପର୍ଯ୍ୟଟକ ମୃତ।

 

୧୨-ଜବଲପୁରର ବରଗୀ ଡ୍ୟାମରେ ନର୍ମଦା ନଦୀରେ ଦୁଃଖଦାୟକ ଦୁର୍ଘଟଣା:ପ୍ରାଣ ହରାଇଥିବା ମା’ପୁଅଙ୍କ ଫଟୋ ଦେଖି କାନ୍ଦିଲେ ମନ୍ତ୍ରୀ।

 

୧୩-ଦିଲ୍ଲୀ କ୍ୟାପିଟାଲ୍ସର ସବୁଠାରୁ ବଡ଼ ରନ୍ ଚେଜ୍, ଶେଷ ଓଭରରେ ମିଳିଲା ବିଜୟ; ରାଜସ୍ଥାନ ପରାସ୍ତ।

 

୧୪-ଆଇପିଏଲ ୨୦୨୬ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କ ଆଉଟ୍ ଏବଂ ତାହା ପରେ ଜାମିଏସନଙ୍କ ସେଲିବ୍ରେସନ ଭାଇରାଲ ହୋଇଛି ସୋସିଆଲ ମିଡିଆରେ।

 

୧୫-AIର ବାହାନା ଦେଖାଇ ଚାକିରିରୁ ବାହାର କରିପାରିବେନି କମ୍ପାନୀ…ଇଣ୍ଟରମିଡିଏଟ୍ ପିପୁଲ୍ସ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ।

 

୧୬-ନୂଆଦିଲ୍ଲୀ: ଗୁଜୁରାଟ ଭଦୋଦରାର ମହାରାଜା ସୟାଜୀରାଓ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ ମୋଦୀ ତତ୍ତ୍ୱ ।ପିଲା ପଢିବେ ମୋଦୀଙ୍କ କାର୍ଯ୍ୟଶୈଳୀ ଓ ଆରଏସଏସର ଇତିହାସ।

 

୧୭-ଇସିଆଇଙ୍କ ବଡ ନିଷ୍ପତ୍ତି, ପଶ୍ଚିମବଙ୍ଗରେ ୧୫ ବୁଥରେ ପୁଣି ଥରେ ହେବ ଭୋଟିଂ।

 

୧୮-ପଶ୍ଚିମବଙ୍ଗ: ଭୋଟ ଗଣନା ପୂର୍ବରୁ ଆଇନଗତ ଲଢେଇ,ଗଣନା କର୍ମୀଙ୍କ ଡ୍ୟୁଟିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା TMC।

 

୧୯-‘ଇରାନ ସହିତ ଯୁଦ୍ଧ ଏବେ ଶେଷ’ – ଟ୍ରମ୍ପ ପ୍ରଶାସନର ପ୍ରମୁଖ ନିଷ୍ପତ୍ତି।

 

୨୦-ୟୁରୋପୀୟ ସଂଘ ଉପରେ ଟ୍ରମ୍ପଙ୍କ ବଡ଼ ପ୍ରହାର! କାର୍ ଏବଂ ଟ୍ରକ୍ ଉପରେ ଲଗାଇଲେ ୨୫% ଟାରିଫ।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏

You may have missed