ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବୋର୍ଦ୍ଧନା
ପୁରୀ ସେଚନ ବିହାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମ ନାରାୟଣ ମିଶ୍ରଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭା କାର୍ଯ୍ୟକ୍ରମକୁ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ ସତ୍ୟ ନାରାୟଣ ଆଚାର୍ଯ୍ୟ ଉଦ୍ଘାଟନ କରିଥିଲେ। ପୁରୀ ସାଂସଦ କର୍ଯ୍ୟବ୍ୟସ୍ତତା ହେତୁ ଯୋଗ ଦେଇ ନପାରି ଟେଲିଫୋନ ମାଧ୍ୟମରେ ଶ୍ରୀ ମିଶ୍ର ଓ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପୁରୀ ବିଧାୟକ ଶ୍ରୀଯୁକ୍ତ ସୁନିଲ କୁମାର ମହାନ୍ତି ସ୍ଵତନ୍ତ୍ର ଅଧିବେଶନ କାରଣରୁ ଯୋଗ ଦେଇ ନପାରିବାରୁ ଟେଲିଫୋନ ମାଧ୍ୟମରେ ଶୁଭେଚ୍ଛା ଜ୍ଞାପନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଦୁର୍ଯୋଧନ ପରିଡ଼ା ସଭାକୁ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶାର ଅବସର ପ୍ରାପ୍ତ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିବେକାନନ୍ଦ ଦାଶ , ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ଦାଶ , ଶ୍ରୀଜଗନ୍ନାଥ ବିଶ୍ଵବିଦ୍ୟାଳୟର କୁଳସଚିବ ଶ୍ରୀମତୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା ପୂର୍ବତନ ବିଇଓ କାର୍ତ୍ତିକ ଚନ୍ଦ୍ର ସେଠୀ,ଶ୍ରୀଯୁକ୍ତ ନିରଞ୍ଜନ ପାତ୍ର,ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଦାଶ,ପ୍ରମୋଦ କୁମାର କର,ପୂର୍ବତନ BRCC ବିଜୟ କୁମାର ପଣ୍ଡା, କୃଷ୍ଣଚନ୍ଦ୍ର ଉପାଧ୍ୟାୟ, ଗଞ୍ଜାମ ଜିଲ୍ଲାର ଶିକ୍ଷକ ସଂଘ ସଭାପତି ଶ୍ରୀ ସାରଥୀ ପାତ୍ର,ନୟାଗଡ ଜିଲ୍ଲା ସମ୍ପାଦକ ଭକ୍ତ ରଞ୍ଜନ ମିଶ୍ର ପିଷ୍ଟାର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା , ପିଷ୍ଟାର କୋଷାଧ୍ୟକ୍ଷ ଆରି ପବିତ୍ର ମୋହନ ପ୍ରଧାନ ଆଦି ବହୁ ଶିକ୍ଷକ ନେତା ସଭାକୁ ସମ୍ବର୍ଦ୍ଧିତ କରିଥିଲେ। ଶହ ଶହ ଶିକ୍ଷକ ଶ୍ରୀଯୁକ୍ତ ମିଶ୍ରଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ଶ୍ରୀଯୁକ୍ତ ସାରଥୀ ଜେନା ଓ ବିସ୍ମୟ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। କୁନି କୁନି ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ସର୍ବଶେଷରେ ଶ୍ରୀଯୁକ୍ତ ମିଶ୍ରଙ୍କୁ ସେ ଅଞ୍ଚଳରେ ଏକ ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ପରିକ୍ରମା କରାଇଥିଲେ ଏବଂ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ଦିଆଯାଇଥିଲା।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
