ଆଜିର ଖବର..
୧-ଏକଜିଟ୍ ପୋଲ୍: ପଶ୍ଚିମବଙ୍ଗରେ ଯିବେ ଦିଦି ଆସିବେ ମୋଦି, ଆସାମରେ ପୁଣି ଫୁଟିବ ପଦ୍ମ, ତାମିଲନାଡୁରେ ଡିଏମକେ ଭାରି,କେରଳରେ ଫେରିବ UDF,NDA ହାତରେ ରହିବ ପୁଡୁଚେରୀ।
୨-ଭୁବନେଶ୍ୱର:ମେ’ ୪ ଫଳ ଉପରେ ସଭିଙ୍କ ନଜର,ମମତା ଓ ଷ୍ଟାଲିନଙ୍କ ପ୍ରଦର୍ଶନ ଉପରେ ନବୀନଙ୍କ ଆଖି।
୩-ଆଜି ବିଧାନସଭାର ଦିନିକିଆ ସ୍ଵତନ୍ତ୍ର ଅଧିବେଶନ, ଜଗିବେ ୩୦ ପ୍ଲାଟୁନ ଫୋର୍ସ।ମହିଳା ସଂରକ୍ଷଣ ଓ ମୃତ ଭଉଣୀର କଙ୍କାଳ ବୋହିବା ଘଟଣା ନେଇ, ଶାସକ – ବିରୋଧୀ ହେବେ ମୁହାଁମୁହିଁ।
୪-କେନ୍ଦୁଝରକୁ ୧୩୩୦ କୋଟିର ଭେଟି, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାନ କଲେ ମୁଖ୍ୟମନ୍ତ୍ରୀ।
୫-ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ, ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ।
୬-ପୁରୀ:ଆଗେଇ ଚାଲିଛି ୩ ରଥର କାମ, ୪୨ଟି ତୁମ୍ବର ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ।
୭-ପୁରୀ: ଚନ୍ଦନ ଚାପ ନୀତି ବିଭ୍ରାଟ ପ୍ରସଙ୍ଗ; କେବଳ ଅହଂକାର ପାଇଁ ଦିଅଁ ଓ ଭକ୍ତଙ୍କୁ ବେଖାତିର, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି।
୮-ପାରାଦୀପରେ ବଢୁଛି ଚୋରା ଗ୍ୟାସ୍ କାରବାର, ସିଲିଣ୍ଡର ୧୮୦୦ରୁ ୨୨୦୦ ଯାଏଁ ହେଉଛି ବିକ୍ରି।
୯-କଟକ: ଷଷ୍ଠ ବାଟାଲିୟନରେ ସଂଘବଦ୍ଧ ଆକ୍ରମଣ,୫ ପୁଲିସ ଆହତ,୩ ଗୁରୁତର।
୧୦-ଓଡ଼ିଶାରେ ଗ୍ରୀନ୍ ମୋବିଲିଟି ଦିଗରେ ବଡ଼ ପଦକ୍ଷେପ; ଭୁବନେଶ୍ୱର ସମେତ ୬ ସହରରେ ୧୯୦ ଚାର୍ଜିଂ ଷ୍ଟେସନ୍ ପାଇଁ ପ୍ରସ୍ତାବ ଆଗତ।
୧୧-ପରିବହନ କ୍ଷେତ୍ରରେ ବିପ୍ଳବ: ଇ-ବସ୍ ସେବାର ଶୁଭାରମ୍ଭ, ମହିଳାଙ୍କ ହାତରେ ରହିବ କେନ୍ଦୁଝର ସହରର ଷ୍ଟିଅରିଂ।
୧୨-କଳାହାଣ୍ଡି ଜିଲ୍ଳାରେ ମୃଦୁ ଭୂମିକମ୍ପ ଅନୁଭୂତ, ୪ ସେକେଣ୍ଡ ଧରି ଥରିଲା ଅଞ୍ଚଳ।
୧୩-ଉଦଳା:ଚନ୍ଦନ ଯାତ୍ରା ଦେଖିବାକୁ ଯିବା ପଡିଲା ମହଙ୍ଗା, ଡାକ୍ତରଙ୍କ ଘରୁ ଲୁଟିନେଲେ ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର।
୧୪-ଭୁବନେଶ୍ୱର:ସରକାରୀସ୍ତରରେ ଆଧୁନିକ ପ୍ରଜନନ ସମ୍ବନ୍ଧୀୟ ସେବା ପାଇଁ କ୍ୟାପିଟାଲ ହସ୍ପିଟାଲ ପଞ୍ଜୀକୃତ।
୧୫-ଦେବଗଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣ OPTCL ଆଉଟସୋର୍ସିଂ କର୍ମଚାରୀ ଗୁରୁତର।
୧୬-ପଶ୍ଚିମ ଓଡ଼ିଶାରେ ଜାରି ରହିଛି ନିଆଁ ବର୍ଷା, ତଥାପି ବିଭିନ୍ନ ଜିଲ୍ଲାରେ ଚାଲିଛି ଜନଗଣନା କାର୍ଯ୍ୟ।
୧୭-ଟ୍ରାଭିସେକ୍ ଙ୍କ ପ୍ରହାରରେ ମୁମ୍ବାଇ ଚିତ୍,ଫିକା ପଡ଼ିଲା ରିକେଲଟନଙ୍କ ଶତକ।
୧୮-ଅହମଦାବାଦ:ବେଙ୍ଗାଲୁରୁ ପାଇଁ ଶୀର୍ଷ ସ୍ଥାନ ସୁଯୋଗ,ଆଜି ଗୁଜରାଟକୁ ଭେଟିବ।
୧୯-ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟରେ ବମ୍ପର ମତଦାନ ; ୫ଟା ସୁଦ୍ଧା ହୋଇଥିଲା ୮୯.୯୯ ପ୍ରତିଶତ।
୨୦-ବେଙ୍ଗାଲୁରୁରେ ଭୀଷଣ ବର୍ଷା ଯୋଗୁ ଭୂଷୁଡିଲା ହସ୍ପିଟାଲ ପାଚେରୀ କାନ୍ଥ, ୭ ମୃତ, ଅନେକ ଆହତ।
୨୧-ଦିଲ୍ଲୀରେ ଅଷ୍ଟମ ବେତନ କମିଶନର ପ୍ରଥମ ବୈଠକ ଅନୁଷ୍ଠିତ, ସର୍ବନିମ୍ନ ବେତନ ବୃଦ୍ଧି, ଫିଟମେଣ୍ଟ ଫ୍ୟାକ୍ଟର ଏବଂ ପୁରୁଣା ପେନସନ ବ୍ୟବସ୍ଥା ଫେରାଇବା ଉପରେ ଗୁରୁତ୍ୱ।
୨୨-XChat ପରେ ଏବେ XMoney: ଏଲନ୍ ମସ୍କଙ୍କ ନୂଆ ପ୍ଲାନ୍,ଆଗକୁ ଏକ୍ସରୁ କରି ପାରିବେ ପେମେଣ୍ଟ୍।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
