April 27, 2026

ପରିବହନ ବିଭାଗ ତରଫରୁ ମୋଟର କର୍ମଚାରୀଙ୍କ ପାଇଁ ଚକ୍ଷୁ ପରୀକ୍ଷା ଶିବିର 

IMG-20260329-WA0054
Share

 

ବୁଗୁଡ଼ା :ତା ୨୮/୦୩/୨୬ : ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ବୁଗୁଡ଼ା ବଳଦେବ ସ୍ୱାମୀ ଘରୋଇ ବସ୍ ମାଲିକ ସଂଘ ସହଯୋଗରେ ବୁଗୁଡ଼ା ସଂଘ କାର୍ଯ୍ୟଳୟଠାରେ ମୋଟର କର୍ମଚାରୀଙ୍କ ପାଇଁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ବୁଗୁଡ଼ା ମେଡିକାଲର ଚକ୍ଷୁ ସହାୟିକା ଶୁଭଶ୍ରୀ ପାଳ ଯୋଗଦେଇ ବସ,ଟ୍ଯାକ୍ସି, ଅଟୋ ଆଦିର ଡ୍ରାଇଭରଙ୍କ ସମେତ ମୋଟର କର୍ମଚାରୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ l ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ କିଶୋର କୁମାର ଦେଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପରିଚାଳନାରେ ବୁଗୁଡ଼ା ଘରୋଇ ବସ୍ ମାଲିକ ସଂଘ ସଭାପତି ହର ପ୍ରସାଦ ଦାଶ, ସମ୍ପାଦକ ଦୀପକ କୁମାର ଦାଶ,ହାଡୁ ବନ୍ଧୁ ସ୍ୱାଇଁ, ବିଦେଶୀ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ l