ନବୋଦୟ ସ୍କୁଲ ପ୍ରବେଶିକା ପରୀକ୍ଷାରେ ଅମିତ ଓ ଅଶ୍ବିନୀଙ୍କ ସଫଳତା

ବୁଗୁଡା : ତା ୨୯/୦୩/୨୬ : ଗତ ୧୩ ଡିସେମ୍ବର ୨୦୨୫ରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ଜବାହର ନବୋଦୟ ବିଦ୍ୟାଳୟ ପାଇଁ ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶ ପାଇଛି। ଏଥିରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବୁଗୁଡା ସହରାଞ୍ଚଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ର ଅମିତ କୁମାର ସାହୁ ଏବଂ ଗୋଲିଆ ଗ୍ରାମାଞ୍ଚଳ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଅଶ୍ବିନୀ କୁମାର ବେହେରା ସଫଳତା ହାସଲ କରିଛନ୍ତି। ଉକ୍ତ ପ୍ରବେଶିକା ପରୀକ୍ଷାରେ ଅମିତ ୯୫% ମାର୍କ ହାସଲ କରି ରାଙ୍କ-୬ରେ ରହିଥିବା ବେଳେ ଅଶ୍ବିନୀ ୮୮.୭୫% ମାର୍କ ହାସଲ କରି ରାଙ୍କ-୭୧ରେ ରହିଛନ୍ତି। ଏହି ସଫଳତା ହାସଲ ପରେ ଉଭୟ ଅମିତ ଓ ଅଶ୍ବିନୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିବା ଜଣାଯାଇଛି।
