April 26, 2026

ଆଖଣ୍ଡଳମଣି ଗୌଡ଼ ରାଜ୍ୟ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ମନୋନୀତ ..

IMG-20260323-WA0048
Share

 

 

ମୋହନା(ଶଙ୍କର ରାଓ)ଗଜପତି ଜିଲ୍ଲାର ଯୁବ ନେତା

ଶ୍ରୀ ଆଖଣ୍ଡଳମଣି ଗୌଡ଼ ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଓଡ଼ିଶାରେ ସଙ୍ଗଠନ କୁ ଆହୁରି ସଦୃଢ଼,ଶକ୍ତିଶାଳୀ, ସକ୍ରିୟ ଓ ବିତ୍ରୁସ୍ତ କରିବାର ଲକ୍ଷ୍ୟରେ ଏହି ଦାୟିତ୍ଵ ପ୍ରଦାନ କରାଯାଇଛି।ଏହି ନିଷ୍ପତ୍ତି ଯୁବଶକ୍ତି କୁ ଏକ ନୂତନ ଦିଗ ଦେବା ସହିତ ଦଳୀୟ ସଙ୍ଗଠନ କୁ ଗ୍ରାମାନ୍ତରରେ ଆହୁରି ମଜବୁତ୍ କରିବାରେ ସହାୟକ ହେବ ବୋଲି ମନେ କରାଯାଉଛି।ଶ୍ରୀ ଆଖଣ୍ଡଳମଣି ଗୌଡ଼ ଜଣେ ଯୁବ ସଂଗ୍ରାମୀ,ଦୃଢ଼ ସଙ୍କଳ୍ପି ଓ ସକ୍ରିୟ ସଙ୍ଗଠକ ଭାବେ ପରିଚିତ।ସେ ପୂର୍ବରୁ ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟରତ ଥିଲେ।ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡ଼ିତ ରହିବା ସହ ବିଭିନ୍ନ ସାମାଜିକ ଓ ଛାତ୍ର ଆନ୍ଦୋଳନରେ ନେତୃତ୍ଵ ନେଇ ନିଜ ସାଙ୍ଗଠନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି।ସେ ନିଜର ଶିଷ୍ଟାଚାର,ଦଳ ପ୍ରତି ନିଷ୍ଠା ଓ ଯୁବକ ମାନଙ୍କୁ ସଙ୍ଗଠିତ କରିବାର କ୍ଷମତା ପାଇଁ ଜଣାଶୁଣା ଅଟନ୍ତି। ତାଙ୍କ ନେତୃତ୍ଵରେ ଗଜପତି ଜିଲ୍ଲାରେ ବିଜେପି ଯୁବମୋର୍ଚ୍ଚା ର ବିଭିନ୍ନ କାର୍ଯ୍ୟକ୍ରମ,ସଙ୍ଗଠନ ବିସ୍ତାର,ଯୁବ ସଚେତନତା ଓ ସାମାଜିକ କାର୍ଯ୍ୟକ୍ରମରେ ଦୃଶ୍ୟମାନରେ ସଫଳତା ମିଳିଥିଲା।ମାତ୍ର ୨୮ ବର୍ଷ ବୟସରେ ଗଜପତି ଜିଲ୍ଲାର ନୂଆଗଡ ବ୍ଲକରୁ ଆରମ୍ଭ କରି ରାଜ୍ୟ ସ୍ତରରେ ନେତୃତ୍ୱ ନେଉଥିବା ରୁ ଆମ ପାଇଁ ଗର୍ବର ବିଷୟ ଯାହା ଯୁବ ସମାଜ ପାଇଁ ଏକ ନୂତନ ପ୍ରେରଣା ରୂପେ କାମ କରିବ। ଗଜପତି ଜିଲ୍ଲାର ଜଣେ ଦକ୍ଷ ଛାତ୍ର ନେତା ଶ୍ରୀ ଆଖଣ୍ଡଳମଣି ଗୌଡ ଙ୍କୁ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଙ୍କ ଘୋଷଣା କ୍ରମେ ବିଜେପି ଯୁବ ମୋର୍ଚ୍ଚା ଓଡ଼ିଶା ପ୍ରଦେଶର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ଵ ପ୍ରଦାନ କରି ଥିବାରୁ ଗଜପତି ଜିଲ୍ଲା ଭଜପା ଜିଲ୍ଲା ସଭାପତି ଶ୍ରୀ ନବକିଶୋର ଶବର, ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଶାନ୍ତ ମଲ୍ଲିକ,ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଅମ୍ବିକା ପ୍ରସାଦ ଘଡ଼େଇ ଏଵଂ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ତାଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି।ଏହା ଦଳୀୟ ସଙ୍ଗଠନ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଅଟେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,ରାଜ୍ୟ ସୋଭପତି ଶ୍ରୀ ମନମୋହନ ସାମଲ,ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା,ସାଂସଦ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ,ଜିଲ୍ଲା ସଭାପତି ଶ୍ରୀ ନବକିଶୋର ଶବର,ଭାଜପା ବିଧାୟକ ପ୍ରାର୍ଥି ଶ୍ରୀ ପ୍ରଶାନ୍ତ ମଲିକ, ଭାଜପା ପୂର୍ବତନ ବିଧାୟକ ଶ୍ରୀ କେ.ନାରାୟଣ ରାଓ,ଜିଲ୍ଲା ସାଧାରଣ ସମ୍ପାଦକ ଅମ୍ବିକା ପ୍ରସାଦ ଘଡ଼େଇ,ଜଗନ୍ନାଥ ଭାଇ,ପ୍ରଶାନ୍ତ ଭାଇ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।