କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ତ୍ରୀଦିବସିୟ ଜନଗଣନା ତାଲିମ୍ ଶିବିର ଅନୁଷ୍ଠିତ


(କୋଟପାଡ଼ ୨୩/୦୩/୨୦୨୬)
ଆଜି ଭାରତ ସରକାରଙ୍କ ନିର୍ଦେଶକ୍ରମେ ଜନଗଣନା ୨0୨୭ ନିମନ୍ତେ କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କୀଉନସିଲ୍ ହୋଲ ଠାରେ ତ୍ରୀଦିବସୀୟ ଜନଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି, ଆଜିର ଏହି ପ୍ରଶିକ୍ଷଣ ଶିବରରେ ଜନଗଣନା ଚାର୍ଜ ଅଫିସର ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କମଳେଶ ମହାନ୍ତ, ଅଧ୍ୟକ୍ଷ ଏମ ଶଙ୍କର ରାଓ, ଫିଲଡ଼ ଟ୍ରେନର ଦୁର୍ଗା ପ୍ରସାଦ ନାୟକ ଓ ପ୍ରଦୀପ ନାୟକଙ୍କ ପରିଚାଳନାରେ ସମସ୍ତ ଏନୁମିଟର, ସୁପରଭାଇଜର ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ଶପଥପାଠ କରାଯାଇଥିଲା, ଆଜିର ଏହି ଜନଗଣନା ପ୍ରଶିକ୍ଷଣ ଶିବିରରେ ସର୍ବମୋଟ ୫୦ ଜଣ ଜନଗଣନା କର୍ଯ୍ୟରେ ନିୟୋଜିତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏନୁମୁନେଟର ଓ ସୁପେରଭାଇଜର ଭାବେ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ ଏବଂ ଜିଲ୍ଲା ଜନଗଣନା ଅଧିକାରୀ କେ. ଗୁଣବର୍ଦ୍ଧନ ପରିଦର୍ଶନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏଠାରେ ପ୍ରକାଶ ଥାଉ ଯେ ଏହି ଜନଗଣନା ୨୦୨୭ ଦୁଇଟି ପର୍ଯାୟରେ ସମାପନ କରାଯିବ । ପ୍ରଥମରେ ଗୃହଗଣନ କାର୍ଯ ଏପ୍ରିଲ୍ ୧ ରୁ ୧୫ ପର୍ଯନ୍ତ ସେଲ୍ପ ଏନୁମେରେସନ୍ ବା ସ୍ୱଗଣନ ଏବଂ ଏପ୍ରିଲ୍ ୧୬ ରୁ ୩୦ ପର୍ଯନ୍ତ ଏନୁମେରେଟର୍ ମାନଂକ ଦ୍ୱାରା ଗଣନ ହେବ । ଦ୍ୱିତୀୟ ପର୍ଯାୟରେ ଜନଗଣନା ବା ପପୁଲେସନ୍ ଏନୁମେରେସନ୍ କାର୍ଯ ଫେବୃଆରୀ ୨୦୨୭ ରେ କରାଯିବ । ନିୟମ ଅନୁସାରେ ପ୍ରତି ୧୦ ବର୍ଷରେ ଥରେ ଜନଗଣନା କରାଯିବାର ବ୍ୟବସ୍ଥା ରହିଛି । ୨୦୧୧ରେ ଶେଷଥର ପାଇଁ ଜନଗଣନା ହୋଇଥିବା ବେଳେ କୋରନା ମହାମାରୀ ଯୋଗୁଁ ୨୦୨୧ ରେ ଏହା କରାଯାଇପାରିନଥିଲା। ତେବେ ଏଥରର ଜନଗଣନା କାର୍ଯଟି ସଂପୂର୍ଣ ରୂପେ ଡିଜିଟାଲ୍ ମାଧ୍ୟମରେ ହେବାକୁ ଯାଉଥିବାରୁ ଏଥିପାଇଁ ଆବଶ୍ୟକୀୟ ପ୍ରଶିକ୍ଷଣର ଉପାଦେୟତା ବହୁଗୁଣରେ ବଢିଯାଇଛି ବୋଲି ଚାର୍ଯ ଅଫିସର ଶ୍ରୀ ମହାନ୍ତ ପ୍ରକାଶ କରିଛନ୍ତି ।
କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
