ତିର୍ତ୍ତୋଲ ରେ ବିଶ୍ୱଉପଭୋକ୍ତା ଦିବସ 2026 ପାଳିତ
ତିର୍ତ୍ତୋଲ ତା 15/3/2026 ତିର୍ତ୍ତୋଲ ର ଆନନ୍ଦମଣ୍ଡପ ସଭାଗୃହ ରେ ଗତ ରବିବାରଦିନ ଅପରାହ୍ନ ରେ ଓଡିଶା ଉପଭୋକ୍ତା ସଙ୍ଘ କଟକ ଆନୁକୂଲ୍ୟରେ ଓ ଆଂଞ୍ଚଳିକ ଖାଉଟି ସୁରକ୍ଷା ସଂଘ ଲଥାଙ୍ଗ, ଜଗତସିଂହପୁର ର ସଭାପତି ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଙ୍କ ଆବାହକତ୍ଵ ରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ 2026 ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ସଭା ଓଡିଶା ଉପଭୋକ୍ତା ସଙ୍ଘ କଟକ ର ପ୍ରଶାନ୍ତ କୁମାର ମହାପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିବାବେଳେ, ଉପସଭାପତି ବିଚିତ୍ରାନନ୍ଦ ସାମଲ, ସାଧାରଣସମ୍ପାଦକ ପ୍ରଶାନ୍ତ କୁମାର ଜେନା, ଜଗତସିଂହପୁର ଡି ସି ଡି ଆର ସି, ସଭାପତି ପ୍ରଭାତ କୁମାର ପାଢ଼ୀ ଓ ସଦସ୍ୟା ମଧୁସ୍ମିତା ସ୍ୱାଇଁ, ବରିଷ୍ଠ ଆଇନୀଜୀବି ଓମ ପ୍ରକାଶ ଦାସ,ଆଇନୀଜୀବି ଟୁକୁନ ସେଠୀ, ଅଖିଳଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ଉପସଭାପତି ଶରତ କୁମାର ଦାଶ, ସାଧାରଣସମ୍ପାଦକ ବିବେକାନନ୍ଦ ହୋତା,ମହିଳାଶାଖା ର ସଭାପତି ସ୍ନେହମୟୀ ଆଚାର୍ଯ୍ୟ ପ୍ରମ୍ମୁଖ ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ୱାରା ଉପଭୋକ୍ତା ମାନେ ଠକାମି ର ଶିକାର ହୋଇ କ୍ଷତିଗ୍ରସ୍ତ ହେଉଥିବାରୁ, ସେଥିପାଇଁ ଆଇନୀଗତ ଭାବରେ କି ପଦକ୍ଷେପ ନେବାକୁ ପଡିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସଚେତନତା ସୃଷ୍ଟି କରିବା ସହିତ ସେମାନଙ୍କର ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇଥିଲେ l ପଣ୍ଡିତ ଡଃ ସିଦ୍ଧେଶ୍ୱର ପଣ୍ଡା ନିମନ୍ତ୍ରିତ ଅତିଥିମାନଙ୍କୁ ମଞ୍ଚ କୁ ସ୍ୱାଗତ କରିବାସହିତ ମଞ୍ଚସଂଚାଳନ କରିଥିଲେ l ପ୍ରାକ୍ତନ ମୁଖ୍ୟଯନ୍ତ୍ରୀ ବିରଞ୍ଚିନାରାୟଣ ମିଶ୍ର ଙ୍କ ସମେତ ଶତାଧିକ ଉପଭୋକ୍ତା, ସ୍ଥାନୀୟ କଲେଜର ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ମଧ୍ୟ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ ଶେଷରେ ଉପଭୋକ୍ତା କର୍ମୀ ରଶ୍ମିତା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଖବର
