ମୀନସଂକ୍ରାନ୍ତି ରୁ ଶୁଭାରମ୍ଭ ହେଲା ସାରଳା ଘଟନୃତ୍ୟ ର ପରମ୍ପରା

IMG-20260316-WA0038
Share

ଝଙ୍କଡ଼ ତା 15/3/2026 ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ବହୁ ପ୍ରାଚୀନକାଳ ରୁ ପ୍ରଚଳିତ ତନ୍ତ୍ର ଭିତ୍ତିକ ଆଧ୍ୟାତ୍ମିକ ଲୋକନୃତ୍ୟ, ସାରଳା ଘଟନୃତ୍ୟ ର ପରମ୍ପରା ଗତ ମୀନସଂକ୍ରାନ୍ତି ରବିବାର ଠାରୁ ବିଧିବିଧାନ ଅନୁଯାଇ ଶୁଭାରମ୍ଭ ହୋଇଛି l ଅପରାହ୍ନ ରେ କନକେଶ୍ୱର ମହାଦେବ ଙ୍କ ପୀଠସ୍ଥଳି ରେ ଦଶଜଣ ରାଉଳ ସେବାୟତ ଘଟଦଣ୍ଡ କୁ ସଜ୍ଜିତ କରିବା ସହିତ ନିଜକୁ ଘଟପାଟୁଆ ବେଶରେ ସଜାଇ, ଘଣ୍ଟ ପଖାଉଜ ଖୋଳ ଝାଞ୍ଜ ଓ ହରିବୋଲ ହୁଳହୁଳି ଧ୍ଵନି ମଧ୍ୟରେ ଏକ ବର୍ଣ୍ଣl ଢ୍ୟ ଶୋଭାଯାତ୍ରା ରେ ଗାଁ ଦାଣ୍ଡ ରେ ନାଚି ନାଚି, ସାରଳା ମନ୍ଦିରରେ ପ୍ରବେଶ କରିବା ପରେ, ମାଆଙ୍କ ବଡ଼ପଣ୍ଡା ପ୍ରଜ୍ଞl ଦୀପ୍ତ ପଣ୍ଡା, ସିଂହାସନ ସମ୍ମୁଖରେ ଦଶଘଟ ପୂଜା କରିଥିଲେ l ପରେପରେ ଘଟଦଣ୍ଡ କୁ ମୁଣ୍ଡରେ ଧାରଣକରି ବେଢାପରିକ୍ରମା କରି ନାଟ୍ୟମଣ୍ଡପ ସମ୍ମୁଖରେ ଘଟନୃତ୍ୟ ପରିବେଷଣ କରିବା ପରେ ବଡ଼ପଣ୍ଡା ସମସ୍ତ ଘଟ କୁ ବସ୍ତ୍ରପ୍ରଦାନ କରିଥିଲେ l ତେବେ ଆସନ୍ତା ସୋମବାର ଠାରୁ ଏହି ଘଟ ପାଟୁଆ ମାନେ ପୁରପଲ୍ଲୀ ରୁ ସହର ନଗରୀ ପରିକ୍ରମା କରି ଏହି ଘଟନୃତ୍ୟ ପରିବେଷଣ କରି ଦେବୀଶକ୍ତି ର ଅଲୌକିକ ମହାମହିମାଲୀଳା ପ୍ରଚାରପ୍ରସାର କରିବସହିତ ମାଆକୁ ସମ୍ମାନ, ମାତୃଶକ୍ତି ର ଆରାଧନା ଉପାସନା ଓ ମାଆର ସରଣାପନ୍ନ ହେବାର ବାର୍ତ୍ତା ପ୍ରଦାନ କରିଥାନ୍ତି l ଦୀର୍ଘ ଏକ ମାସ ପରେ ମହାବିଷୁବ ପଣାସଂକ୍ରାନ୍ତି ଝାମୁଯାତ୍ରା ଦିନ ଏହି ଘଟପାଟୁଆ ମାନେ, ପ୍ରାଚୀନ ପୀଠସ୍ଥଳି ରେ ଖାଲିପାଦ ରେ ଜଳନ୍ତା ନିଆଁ ରେ ଚାଲିଚାଲି ଅଗ୍ନିପରୀକ୍ଷା ଦେବାପରେ ଏହି ପର୍ବ ଉଦଯାପିତ ହୋଇଥାଏ l