March 11, 2026

ଆଇପିଏସର ପୁରୀରେ ଗବେଷଣା ଶୀର୍ଷକ ଜାତୀୟ ସମିଳନୀ ଉଦଯାପିତ

IMG-20260213-WA0007
Share

 

ଇଣ୍ଡିଆନ ପ୍ରୋ୍କ୍ଟୋଲୋଜି ସୋସାଇଟି ପକ୍ଷ ରୁ ଫେବୃଆରୀ ୧୨ ତାରିଖ ପୁରୀ ସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ‘କନ ଫରେନ୍ସ ହଲ ’ ଆନୁକୁଲ୍ୟ ରେ ‘ଆଡ଼ଭାନ୍ସ ରିସର୍ଚ୍ଚ ଇନ ମେଡିକାଲ ଟେକ୍ନୋଲୋଜି ’ ବିଷୟ ରେ ଜାତୀୟ ସମ୍ମିଳନୀ ରେ ଭାରତ ଓ ଓଡିଶା ର ଏଲୋପାଥି, ଆୟୁର୍ବେଦ, ହୋମିଓପାଥି, ଦାନ୍ତ, ଫର୍ମାସୀ, ଯୋଗ ବିଭାଗ ର ଛାତ୍ର ଛାତ୍ରୀ, ଶିକ୍ଷକ, ଚିକିତ୍ସକ, ବୈଜ୍ଞାନିକ, ବିଶେଷଜ୍ଞ ଵକ୍ତା ମାନେ ଯୋଗଦେଇ ସେମାନଙ୍କର ଗବେଷଣା ସନ୍ଦର୍ଭ ଏବଂ ଅନୁଭୂତି ମାନ ସାମ୍ପ୍ରତିକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ସହିତ ଓଡିଶା ସ୍ୱାସ୍ଥ୍ୟ ପ୍ରସଙ୍ଗ ରେ ବିସ୍ତୃତ ଆଲୋଚନା କରିଥିଲେ l ସମ୍ମିଳନୀ ରେ କଲେଜ ଅଧକ୍ଷ ପ୍ରଫେସର ବିପିନ ବିହାରୀ ଖୁଣ୍ଟିଆ ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବିହାର କୃଷି ବିଶ୍ୱ ବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ ବରିଷ୍ଠ ପ୍ରୋକ୍ଟୋଲୋଜିଷ୍ଟ ଗବେଷକ, ପ୍ରଫେସର ଏମିରିଟସ ଡ଼ା. ଚତୁର୍ଭୁଜ ଭୂୟାଁ, ସମ୍ମାନିତ ଅତିଥି ରୂପେ ଶ୍ରୀ ଶ୍ରୀ ବିଶ୍ୱ ବିଦ୍ୟାଳୟ ମେଡିକାଲ ନିର୍ଦେଶକ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ମଧ୍ୟପ୍ରଦେଶ ଭୋପାଳ ସ୍ଥିତ ସରକାରୀ ଅଟୋନୋମସ ଆୟୁର୍ବେଦ କଲେଜ, ଭେଷକ ବିଜ୍ଞାନୀ ପ୍ରଫେସର ଡ଼ା. ରାଜକିଶୋର ପତି, ଇନ୍ଦ୍ରୋରସ୍ଥିତ ଅଟୋନୋମସ ସରକାରୀ ଆୟୁର୍ବେଦ କଲେଜ, ଗଳା, କାନ, ନାକ ବିଭାଗ ଅଧକ୍ଷ ପ୍ର. ଡ଼ା. ସୁବ୍ରତ କୁମାର ନାୟକ, କୋଲକାତା ସ୍ଥିତ ଇମାମି କମ୍ପାନୀ ବରିଷ୍ଠ ପରିଚାଳକ ଗବେଷକ ଡ଼ା. ଅକ୍ଷୟ କୁମାର ଖିଲାର, କ୍ୟାପିଟାଲ ହସ୍ପିଟାଲ ବିଶେଷଜ୍ଞ ଡ଼ା. ଦିନକୃଷ୍ଣ ଦାସ, ଉତ୍ତର ପ୍ରଦେଶ ଆଜମଗଡ଼ ସ୍ଥିତ ସଂଘୀୟ ଆୟୁର୍ବେଦ ଅନୁଷ୍ଠାନ ନିର୍ଦେଶକ ପ୍ର. ଶାନ୍ତନୁ ଦାସ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l ପ୍ରଫେସର ରଞ୍ଜନ କୁମାର କାଷ୍ଟ ସମସ୍ତ ଆୟୋଜକ ଅଧକ୍ଷ ସୋସାଇଟି ଏବଂ ଆସିଥିବା ସମସ୍ତ ମହାନୁଭବ ଧନ୍ୟବାଦ ଜ୍ଞାପନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed