April 25, 2026

ପାଣି ପାଇଁ ଡହଳ ବିକଳ ,ନଦୀ ନାଲ ଭରସା..

IMG-20260208-WA0015
Share

 

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଟାମ୍ପରଗଡ଼ ପଞ୍ଚାୟତର ଖେଜୁରପାଲି ଗ୍ରାମରେ ଦେଖିବାକୁ ମିଳିଛି ପିଇବା ପାଣିର ଉତ୍କଟ ସମସ୍ୟା।ଗ୍ରାମ ବାସି ପାଣି ପାଇଁ ହେଉଛନ୍ତି ଅନେକ ହଟ ହଟା।ପ୍ରହସନ ସାଜିଛି ସରକାରୀ ଯୋଜନା।ସାଧାରଣତଃ ଗ୍ରାମର ମହିଳାମାନେ ୧କିଲୋମିଟର ଦୂରତା ଥିବା ମାଳତୀ ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି।ମାଳତୀ ନଦୀରୁ ଅନେକ ବାଟରୁ ଏକୁଟିଆ ଝିଅ ବୋହୂ ମାନେ ପାଣି ଆଣିବା ସୁରକ୍ଷିତ ମଣୁନାହାନ୍ତି।କାରଣ ଏ ଅଞ୍ଚଳରେ ହାତୀ ଓ ଅନ୍ୟ ବନ୍ୟଜନ୍ତୁ ମଧ୍ୟ ବିଚରଣ କରିଥାନ୍ତି।

 

ଅନେକ ଦିନ ହେଲାଣି ପିଇବା ପାଣି ପାଇଁ କଷ୍ଟ ଭୋଗୁଛନ୍ତି ଗାଁ ଜନ ସାଧାରଣ।ଗ୍ରାମର ବରିଷ୍ଠ ମହିଳା ପାନୀୟ ଜଳ ସମସ୍ୟା କୁ ନେଇ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସ୍ଥାନୀୟ ପ୍ରଶାସନ ଖୁବ୍ ଶୀଘ୍ର ଏହାର ସମାଧାନ ନ କଲେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି।ଗ୍ରାମର ଜଣେ ମେଧାବୀ କଲେଜ ଛାତ୍ରୀ ସୁଶ୍ରୀ ପ୍ରମୋଦିନି ପ୍ରଧାନ ପ୍ରତିକ୍ରିୟାରେ କହିଛନ୍ତି ପିଇବା ପାଣିର ଅଭାବ କୁ ନେଇ ଆମେ ବହୁତ ଚିନ୍ତିତ,ଅଶୁଦ୍ଧ ପାଣି ପିଉଛୁ ଅନେକ ରୋଗ ସୃଷ୍ଟି ହେଉଛି।ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ କ୍ଷୀରୋଦ ରାଉଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ମୁଁ ବି ଡି ଓ ଙ୍କୁ ପାଣି ସମସ୍ୟା ବିଷୟରେ ଜଣାଇଛି,ଖୁବ୍ ଶୀଘ୍ର ଏହାର ସମାଧାନ ପାଇଁ ଶ୍ରୀ ରାଉଳ ଆଶା ପୋଷଣ କରିଛନ୍ତି।ବ୍ଲକ ଓ ଜିଲ୍ଲା ପ୍ରଶାସନ ଏଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।ଉକ୍ତ ସମସ୍ୟାକୁ ନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି।