April 25, 2026
ajiro khabar
Share

 

 

ରାଜ୍ୟର ଅନେକ ସ୍ଥାନରେ ହଠାତ ଥଣ୍ଡା ବଢିଗଲା। କନ୍ଧମାଳ ଜି. ଉଦୟଗିରିରେ ତାପମାତ୍ରା ୫.୬ ଡିଗ୍ରି।

 

ଭୁବନେଶ୍ୱର, କଟକ, ପୁରୀ ଓ ପାରାଦ୍ୱୀପ ଅର୍ଥନୈତିକ କରିଡର ହେବ ବୋଲି ସରକାରୀ ଘୋଷଣା।

 

ପୁଣି ଖୋଲିବ ଓଡ଼ିଶା ଛାତ୍ରବୃତ୍ତି ପୋର୍ଟାଲ୍, ଫେବୃଆରୀ ୨୬ ସୁଦ୍ଧା ଆବେଦନ କରନ୍ତୁ।

 

ଅଜଣା ମେଲରୁ ବୋମା ଧମକ ବାରମ୍ବାର ଆସୁଛି, କିନ୍ତୁ ରାଜ୍ୟ ପୁଲିସର ସାଇବର କ୍ରାଇମ ସେଲ ଧରିବାରେ ଅସମର୍ଥ।

 

ରାୟଗଡ଼ା ଜିଲ୍ଲା ମାଓମୁକ୍ତ ହେଲା। ମାଓନେତା ନିଖିଲଙ୍କ ସମେତ ୧୫ ମାଓବାଦୀ ଆତ୍ମସମର୍ପଣ କଲେ।

 

ମହାନଦୀ ଟ୍ରିବ୍ୟୁନାଲର ୫୦ତମ ଶୁଣାଣି ସରିଲା। ଓଡିଶା ତରଫରୁ ଓକିଲଙ୍କ ଆନ୍ତରିକତା ନାହିଁ। ମାର୍ଚ୍ଚ ୧୪ ତାରିଖରେ ପରବର୍ତ୍ତୀ ଶୁଣାଣି।

 

ବାଲେଶ୍ଵର ଚାନ୍ଦିପୁର ରେଞ୍ଜରେ ସଫଳତାର ସହ ଅଗ୍ନି-୩ କ୍ଷେପଣାସ୍ତ୍ର ପରୀକ୍ଷଣ ଅନୁଷ୍ଠିତ।

 

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସାହିଲ ସହିସ ହତ୍ୟାକାଣ୍ଡରେ ରୁପାର ଚେନ୍‌ ପାଇଁ ବନ୍ଧୁ ହତ୍ୟା କରିଥିଲା। ୫ ନାବାଳକ ସମ୍ପୃକ୍ତ।

 

କଳାହାଣ୍ଡି ଧର୍ମଗଡ଼ରେ ବିଜୁ ଏକ୍ସପ୍ରେସ-ୱେରେ ବାଇକକୁ ଧକ୍କା ଦେଇ ଘୋଷାଡ଼ି ନେଲା କୁକୁଡ଼ା ବୋଝେଇ ଟ୍ରକ। ଦୁଇଜଣ ମୃତ ।

 

ସୁବର୍ଣ୍ଣପୁରରେ ବିପୁଳ ପରିମାଣର କଫସିରଫ୍‌ ଜବତ କଲା ପୁଲିସ, ଜଣେ ଗିରଫ ହେଲା।

 

କେନ୍ଦୁଝର ଘଷିପୁରା ଅଞ୍ଚଳରେ ଏଲପିଜି ସିଲିଣ୍ଡର ଫାଟି ୫ ଗୁରୁତର। ଆହତଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର।

 

ଗଞ୍ଜାମ ପାତ୍ରପୁରରେ ପାନୀୟ ଜଳପ୍ରକଳ୍ପ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୫୦ ଲକ୍ଷରୁ ଅଧିକ ଟଙ୍କାର ପାଇପ ପୋଡ଼ି ନଷ୍ଟ।

 

ଝାରସୁଗୁଡ଼ାର କିସାନ ଛକ ନିକଟରେ ସର୍ଟସର୍କିଟ ଯୋଗୁଁ ହୁତୁହୁତୁ ହୋଇ ଜଳିଗଲା ମହାରାଷ୍ଟ୍ର ରେଜିଷ୍ଟ୍ରେସନ କାର।

 

ଗଜପତି ଜିଲ୍ଲା ସେରଙ୍ଗ ପୁଲିସ ଧରିଲେ ଚୋର। ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ମାଟି ଭିତରେ ପୋତିଥିଲେ।

 

ବରଗଡ଼ ହାଟପଦା ସାଇମନ୍ଦିର ସାମ୍ନାରେ ଭୁଜାଲି ଆକ୍ରମଣରେ ଦୁଇ ଜଣଙ୍କୁ ହତ୍ୟା, ଦୁଇଜଣ ଗିରଫ।

 

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ନିଲମ୍ବିତ ହେଲେ ପ୍ରଫେସର।

 

ସୂରଜକୁଣ୍ଡ ମେଳାରେ ଝୁଲା ଛିଣ୍ଡିବାରୁ ୧୩ ଆହତ। ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ।

 

ବିହାରରେ କର୍ଣ୍ଣାଟକ ପର୍ଯ୍ୟଟକ ପରିବାରର ୪ ଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଧର୍ମଶାଳାରୁ ଉଦ୍ଧାର।

 

୧୯ ବର୍ଷରୁ କମ କ୍ରିକେଟ ବିଶ୍ବ ଚାମ୍ପିୟନ ଟିମ୍ ପାଇଁ ପୁରସ୍କାର ଘୋଷଣା କଲା ବିସିସିଆଇ। ଭାରତୀୟ ଦଳ ପାଇଁ ୭.୫ କୋଟି ଟଙ୍କାର ପୁରସ୍କାର ଘୋଷଣା।

 

ଟ୍ବେଣ୍ଟି-୨୦ ବିଶ୍ବକପ୍‌ର କ୍ରିକେଟରେ ଆମେରିକାକୁ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ।

 

ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ମ୍ୟାଚ୍‌ରେ ଦୁଇ ଥର ବିଜେତା ୱେଷ୍ଟଇଣ୍ଡିଜ୍ ୩୫ ରନ୍‌ରେ ସ୍କଟଲାଣ୍ଡ୍‌କୁ ହରାଇ ଦେଇଛି।

 

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଆ ଝିଅ ପ୍ରମିତା ମହାପାତ୍ର ପଡ଼ିଆ ଉପସ୍ଥାପିକା।

 

ଆସନ୍ତା ୨୮ ଫେବୃଆରୀ ସନ୍ଧ୍ୟାରେ ଆକାଶରେ ୬ ଗ୍ରହ ଗୋଟିଏ ଧାଡ଼ିରେ ଦେଖା ଯିବେ।

 

ସୋନିଆ ଗାନ୍ଧୀଙ୍କ ଭାରତୀୟ ନାଗରିକତା ଉପରେ କୋର୍ଟରେ ପରବର୍ତ୍ତି ଶୁଣାଣି ଫେବୃଆରୀ ୨୧ରେ ।

 

ଭାରତ ଓ ଆମେରିକା ବାଣିଜ୍ୟ ଚୁକ୍ତିରେ ଔଷଧ, ହୀରା ଏବଂ କୃଷି ଉତ୍ପାଦ ଉପରେ ଶୂନ୍ୟ ପ୍ରତିଶତ ଶୁଳ୍କ ଘୋଷଣା।

 

ବିଦେଶରୁ ବିମାନ କିମ୍ବା ଜାହାଜ ଦ୍ୱାରା ଆସୁଥିବା ଯାତ୍ରୀମାନେ ସୁନା ଅଳଙ୍କାର, ଫୋନ୍ ଏବଂ ଅନ୍ୟାନ୍ୟ ଜିନିଷ ଅଧିକ ମାତ୍ରାରେ ଆଣିପାରିବେ।

 

ବାଂଲାଦେଶ ଜେଲରେ ବିଶିଷ୍ଟ ହିନ୍ଦୁ ନେତା ରମେଶ ଚନ୍ଦ୍ର ସେନଙ୍କ ହାଜତରେ ହତ୍ୟା ଅଭିଯୋଗ।

 

ସୁଦାନରେ ଜୀବନ ବିକଳରେ ପଳାୟନ କରୁଥିବା ଲୋକଙ୍କ ଉପରେ ବୋମାମାଡ଼, ଚାଲିଗଲା ୨୪ ଜୀବନ।

 

ଗତବର୍ଷ ଏଇ ସମୟରେ

 

ରାଜ୍ୟ ସରକାର ଓଡ଼ିଶା ସୂଚନା ଆୟୋଗ ଆବେଦନକାରୀଙ୍କ ନାଁକୁ ସାର୍ବଜନୀନ କରିଦେଲେ

 

ଆଜି ବିଶ୍ୱ ସହରୀକରଣ ଦିବସ

 

ଆଜି ଜନ୍ମଦିନ: ଡଃ ଜାକୀର ହୁସେନ, ଜଗଜିତ ସିଂ, ମହମ୍ମଦ ଆଝାରୁଦ୍ଦିନ

 

ଇତିହାସରେ ଆଜି: (୧୯୪୩) ନେତାଜୀ ସୁଭାଷ ଜଳପଥରେ ଜର୍ମାନୀରୁ ଜାପାନ ଗଲେ/ (୨୦୦୮) ଭୁବନେଶ୍ୱର ଶିଶୁପାଳଗଡ଼ରେ ମାଟିତଳୁ ୨୫୦୦ ବର୍ଷ ପୁରୁଣା ସହର ଆବିଷ୍କୃତ/ (୧୯୭୧) ଇଲେକ୍ଟ୍ରୋନିକ ଷ୍ଟକ ଏକ୍ସଚେଞ୍ଜ ନାସଡ଼ାକ ଆରମ୍ଭ/ (୧୯୮୬) ଦିଲ୍ଲୀ ଏୟାରପୋର୍ଟ ରେ ପ୍ରିପେଡ ଟାକ୍ସି ସେବା ଆରମ୍ଭ/ (୧୯୯୪) କପିଳଦେଵ ୪୩୨ ୱିକେଟ ନେଇ କଲେ ବିଶ୍ୱ ରେକର୍ଡ

====================

*ବନ୍ଦେ ଉତ୍କଳ ଜନନୀ*

You may have missed