April 25, 2026

ସମ୍ବଲପୁର ଜୋନ୍‌ରେ ମାଟ୍ରିକ ପରୀକ୍ଷା  ପରୀକ୍ଷା ଦେବେ ୧ଲକ୍ଷ୨୮ହଜାର୯୩୭ଜଣ ପରୀକ୍ଷାର୍ଥୀ

IMG-20260208-WA0013
Share

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ଆସନ୍ତା ୧୯ ତାରିଖ ଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଆରମ୍ଭ ହେବ । ଏଥିପାଇଁ ପରିଷଦର ସମ୍ବଲପୁର ଜୋନ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସମ୍ବଲପୁର ଜୋନ୍ ଅନ୍ତର୍ଗତ ୯ଟି ଜିଲ୍ଲାର ୭୭୦ ପରୀକ୍ଷା କେନ୍ଦ୍ର ରହିଛି। ପରୀକ୍ଷା ସୁପରିଚାଳନା ପାଇଁ ୮୯ଟି ନୋଡ଼ାଲ କେନ୍ଦ୍ର କରାଯାଇଛି। ଏହି ଜୋନ୍‌ରେ ମୋଟ ୧ଲକ୍ଷ ୨୮ ହଜାର୯୩୭ ଜଣ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି । ସେଥିମଧ୍ୟରୁ ୨୧୪୧ ସ୍କୁଲର ୧ଲକ୍ଷ୨୫ ହଜାର ୩୨୭ ଜଣ ରେଗୁଲାର, ୫୧୨ ଜଣ ଏକ୍ସ ରେଗୁଲାର, ପତ୍ରମାଧ୍ୟମରେ ରେଗୁଲାର ଓ ଏକ୍ସ ରେଗୁଲାର, ୨୫୫୬ ଜଣ ଏସ୍ ଓ ଏସ୍‌ସି ଏବଂ ୩୪୯ ଜଣ ମଧ୍ୟମା ପରୀକ୍ଷାରେ ଅବତ୍ତୀର୍ଣ୍ଣ ହେବେ ବୋଲି ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲାର ୧୩୦ ପରୀକ୍ଷା କେନ୍ଦ୍ରରେ ୩୪୩ ହାଇସ୍କୁଲର ୨୧୦୦୨ ଜଣ ରେଗୁଲାର, ୧୦୬ ଜଣ ଏକ୍ସ ରେଗୁଲାର, ନୂଆପଡ଼ାର ୫୯ କେନ୍ଦ୍ରରେ ୧୫୫ଟି ହାଇସ୍କୁଲର ୯୫୮୭ ରେଗୁଲାର ଓ ୪୯ ଜଣ ଏକ୍ସ ରେ ଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ବରଗଡ଼ର ୯୬ଟି କେନ୍ଦ୍ରରେ ୩୧୯ ହାଇସ୍କୁ ଲ ର ୧୭୫୯୬ ଜଣ ରେଗୁଲାର ଓ ୪୦ ଜଣ ଏକ୍ସ ରେଗୁଲାର, ସମ୍ବଲପୁରର ୭୮ଟି କେନ୍ଦ୍ରରେ ୨୧୩ ହାଇସ୍କୁଲର ୧୧ ହଜାର ୫୭୦ ରେଗୁଲାର ଓ ୩୦ ଜଣ ଏକ୍ସରେଗୁଲାର, ଦେବଗଡ଼ର ୩୨ଟି କେନ୍ଦ୍ରରେ ୮୬ଟି ହାଇସ୍କୁଲର ୪୦୫୧ ଜଣ ରେ ଗୁଲାର ଓ ୬ ଜଣ ଏକ୍ସରେଗୁଲାର, ଝାରସୁଗୁଡ଼ାର ୪୨ଟି କେନ୍ଦ୍ରରେ ୧୨୦ ହାଇସ୍କୁଲର ୬୧୧୧ ଜଣ ଏକ୍ସରେଗୁଲାର ଓ ୧୬ ଜଣ ଏକ୍ସରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି। ସେହିଭଳି ବଲାଙ୍ଗିର ଜିଲ୍ଲାର ୧୬୫ଟି କେନ୍ଦ୍ରରେ ୩୭୧ ହାଇସ୍କୁଲର ୨୩୩୩୬ ରେଗୁଲାର ଓ ୧୫୪ ଜଣ ଏକ୍ସ ରେଗୁଲାର, ସୁବର୍ଣ୍ଣପୁର ଜିଲ୍ଲାର ୫୧ଟି କେନ୍ଦ୍ରରେ ୧୨୮ଟି ହାଇସ୍କୁଲର ୮୧୪୭ ରେଗୁଲାର ଓ ୩୬ ଜଣ ଏକ୍ସରେ ଗୁଲାର ଏବଂ ସୁନ୍ଦରଗଡ଼ ଜିଲ୍ଲାର ୧୧୭ଟି ପରୀକ୍ଷାକେନ୍ଦ୍ରରେ ୪୦୬ଟି ହାଇସ୍କୁଲର ୨୩୯୨୭ ଜଣ ରେଗୁଲାର ଏବଂ ୮୧ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଅବତୀର୍ଣ୍ଣ ହେବେ ବୋଲି ଜଣାପଡ଼ିଛି । ତେବେ ପରୀକ୍ଷାକୁ କପି ମୁକ୍ତ କରିବା ପାଇଁ ସିସିଟିଭି, ସ୍କାର୍ଡ ଗଠନ କରାଯାଇଛି।ଚଳିତ ବର୍ଷ ଏହାକୁ ସୁରୁଖୁରୁରେ କିଭଳି ପରିଚାଳନା କରାଯିବ ସେ ଦିଗରେ କଡା ପଦକ୍ଷେପ ନିଆଯାଇଛି।