ଭୁର୍ସି ଗ୍ରାମରେ ବନ ବିଭାଗର ବୈଠକ
ଭୁର୍ସି ଗ୍ରାମରେ ବନ ବିଭାଗର ବୈଠକ
କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଢ଼ାମ ନା ହାଣ୍ଡି ପଞ୍ଚାୟତ ଭୁର୍ସି ଗ୍ରାମରେ ଆଜି ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ବନାଞ୍ଚ ଳ ଅଧିକାରୀ ଶ୍ରୀ ଦେବେନ୍ଦ୍ର ନାୟକଙ୍କ ସଭା ପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ବୈଠକ ରେ ତହସିଲଦାର ଶ୍ରୀ ଶକ୍ତି ମହାପାତ୍ର ଏ ସି ଏଫ ଶ୍ରୀ ସୁବାସ ଚନ୍ଦ୍ର ଖୁଣ୍ଟିଆ. ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ଶେଷ ଦେବ ବେହେରା ଯୋଗ ଦେଇ ଥିବାରୁ ଗ୍ରାମ ର ସତାଧିକ ମହିଳା ଓ ପୁରୁଷ ମାନେ ବହୁତ ଖୁସି ଅନୁଭବ କରି ପୁଷ୍ପ ଗୁଚ୍ଛ ଦେଇ ମଞ୍ଚକୁ ନେଇ ଥିଲେ. ଦୀର୍ଘ ଦିନ ରୁ ବଭିନ୍ନ ସମାସ୍ୟ କୁ ନେଇ ଲାଗି ରହିଥିବା ସମାସ୍ୟ ର ସମାଧାନ. ବନ ସୁରକ୍ଷା. ସରକାର ଙ୍କ ଜମି. ଜଙ୍ଗଲ କୁ ଜବର ଦଖ ଲ ନ କରିବା କୁ ନେଇ ଅଧିକାରୀ ମାନେ ପରାମର୍ଶ ପ୍ରଦାନ କରିଥିଲେ. ଜଙ୍ଗଲ ସୁରକ୍ଷା ସମିତି. ଓ କମିଟି ତୁରନ୍ତ ଗଠନ କରିବା ପାଇଁ ସର୍ବ ସମ୍ମ ତି କ୍ରମେ ନିଷ୍ପତି ହୋଇଥିଲା. ଗ୍ରାମରେ କିପରି ଶାନ୍ତି ରେ ରହିବେ. ପଢା ପଢି କରି କିପରି ପିଲାମାନେ ଉତ ଶିକ୍ଷିତ ହୋଇ ବାହାରିବେ. ସେଥି ପ୍ରତି ଧ୍ୟାନ ଦେବାକୁ ହେବ ବୋଲି ତହସିଲଦାର ଶ୍ରୀ ମହାପାତ୍ର ପୁଙ୍ଖାନୁପୁଙ୍ଖ ଭାବରେ ଉପସ୍ଥିତ ଗ୍ରାମବାସୀଙ୍କୁ ବୁଝାଇ ଥିଲେ. ପୂର୍ବତନ ଉପା ଧ୍ୟକ ବାପୁନ ତ୍ରିପାଠୀ ଙ୍କ ସମେତ ବନ ଓ ରାଜସ୍ୱ ବିଭାଗର କର୍ମ ଚାରି ଏବଂ ଗ୍ରାମର ଦୁଇ ଗୋଷ୍ଠୀ ଉପସ୍ଥିତ ଥିଲେ I ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡି ଶା I