ଝଡବର୍ଷାରେ ନଡ଼ିଆ ଗଛ ପଡି ଭାଙ୍ଗିଲା ଘର , ଅଳ୍ପକେ ବର୍ତ୍ତିଲେ ପରିବାର

IMG-20230517-WA0016
Share

ଝଡବର୍ଷାରେ ନଡ଼ିଆ ଗଛ ପଡି ଭାଙ୍ଗିଲା ଘର , ଅଳ୍ପକେ ବର୍ତ୍ତିଲେ ପରିବାର
ବୁଗୁଡ଼ା : ତା ୧୭/୦୫/୨୩ : ବୁଗୁଡ଼ା ବ୍ଲକ ତାକରଡା ଗ୍ରାମରେ ନଡିଆ ଗଛ ପଡି ଜଣଙ୍କର ଘର ଭାଙ୍ଗି ଯାଇଥିବା ବେଳେ ତାଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି । ପ୍ରକାଶ ଯେ , ଗତକାଲି ସନ୍ଧ୍ୟାରେ ଝଡବର୍ଷାରେ ତାକରଡ଼ା ଗାଁ ଆଡୁଆ ସାହିର ସୁବୁଦ୍ଧି ପ୍ରଧାନଙ୍କ ଘର ନିକଟରେ ଥିବା ଏକ ନଡିଆ ଗଛ ଭାଙ୍ଗିଯାଇ ତାଙ୍କ ଘର ଉପରେ ପଡିଥିଲା । ଗଛ ପଡି ଘରର ଆଜବେଷ୍ଟସ୍ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ପରିବାର ଲୋକେ ଘର ବାହାରକୁ ଚାଲିଆସିବାରୁ ଆସନ୍ନ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବର ପାଇ ରାତିରେ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନଡିଆ ଗଛଟିକୁ କାଟି ଘର ଉପରୁ ବାହାର କରିବା ସହ ରାସ୍ତା ଅବରୋଧ ହଟାଇ ଥିଲେ ।

You may have missed