April 28, 2026

କାବେରୀ ବିହନ ଉତ୍ପାଦନ କେନ୍ଦ୍ର ତରଫରୁ ସଚେତନତା ସଭା..

IMG-20251130-WA0005
Share

 

ଗଂଜାମ_ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ର ଗବୁଡ଼ି ମର୍ଦକୋଟ ଗ୍ରାମରେ କାବେରୀ ବିହନ ଉତ୍ପାଦନ ପ୍ରତିଷ୍ଠାନ ତରଫରୁ ଏକ କୃଷକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ କୃଷି ବିଜ୍ଞାନୀ ଶ୍ରୀ ସାମୋଖା ଆନନ୍ଦ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଓଡ଼ିଶା ଶାଖା ପରିଚାଳକ ଚନ୍ଦନ କୁମାର ପାତ୍ର ଯୋଗ ଦେଇ ଦୀର୍ଘ ୫୦ ବର୍ଷ ଧରି କାବେରୀ ବିହନ ଉତ୍ପାଦନକାରୀ ସଂସ୍ଥା ସମଗ୍ର ଭାରତବର୍ଷରେ ଧାନ,କପା, ସୂର୍ଯ୍ୟମୁଖୀ,ଗହମ, ବାଜରା ସହ ମନ ପନିପରିବାର ଉନ୍ନତ ମନର ବିହନ ପ୍ରସ୍ତୁତ କରି ବଜାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରକାଶ କରିଥିଲେ। ଏ ଅଞ୍ଚଳର ଚାଷୀମାନେ ମୁଖ୍ୟତଃ କାବେରୀ ପ୍ରତିଷ୍ଠାନରୁ ପ୍ରସ୍ତୁତ ୫୦୧,୭୫୨୨,୭୫୧୩ କିସମର ବିହନ ପ୍ରତି ଅଧିକ ଆସ୍ଥା ପ୍ରକଟ କରି ବହୁଳ ଭାବରେ ବ୍ୟବହାର କରୁଥିବାରୁ ଶ୍ରୀ ପାତ୍ର ଚାଷୀମାନଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ଏତତ୍ ବ୍ୟତୀତ ଚାଷର ପ୍ରଣାଳୀ ଓ ରୋଗ ପୋକ ଦାଉରୁ ରକ୍ଷା ପାଇବା ପାଇଁ କୃଷକ ମାନଙ୍କର ଏକ ତାଲିମ ନିକଟ ଭବିଷ୍ୟତରେ ଆୟୋଜନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ପରିଚାଳକ ଶ୍ରୀ ବସନ୍ତ କୁମାର ମାନିଆ ସ୍ଵାଗତ ଭାଷଣ ସହ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏ ଅଞ୍ଚଳର କୃଷକ ନେତା ଶ୍ରୀ ବାନମ୍ବର ପଲେଇ, ରବୀନ୍ଦ୍ର କୁମାର୍ ସାହୁ, ବିଜୟ କୁମାର ବିଶ୍ଵାଳ, ବିଜୟ ଚନ୍ଦ୍ର ବିଶ୍ୱାଳ ମଞ୍ଚାସୀନ ହୋଇ କୃଷକ ମାନଙ୍କର ସମସ୍ୟା ଉପସ୍ଥାପିତ କରିବା ସଙ୍ଗେ ସଙ୍ଗେ ବିହନର ଦର କମାଇବା ପାଇଁ ସଂସ୍ଥା ନିକଟରେ ପ୍ରସ୍ତାବ ରଖିଥିଲେ।କାବେରୀ ପ୍ରତିଷ୍ଠାନ ତରଫରୁ ବିଷ୍ଣୁ ଟ୍ରେଡର୍ସଙ୍କୁ ଡିଲର ରୂପେ ନିଯୁକ୍ତି ଦିଆଯାଇଥିବାରୁ ଏହାର ମୁଖ୍ୟ ଶିବ ସ୍ୱାଇଁ ଚାଷୀମାନଙ୍କୁ କମ୍ପାନୀ ତରଫରୁ ନିର୍ଦ୍ଧାରିତ ଦରରେ ଯୋଗାଇ ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ।ଏହି ଶିବିରରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଚାଷୀ ଯୋଗ ଦେଇଥିଲେ। ସଭା ସ୍ଥଳର ନିକଟରେ ୭୫୨୨ କିସମ ଚାଷ କରାଯାଇଥିବା କ୍ଷେତ୍ର ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ପ୍ରାୟ ଏକ ଏକରରେ ୨୮ ରୁ ୩୦ କ୍ୟୁଣ୍ଟାଲ ଧାନ ଉତ୍ପାଦନ ହେବାର ଅନୁମାନ କରଯାଇଥିଲା। ଏହି କାର୍ଯ୍ୟକ୍ରମକୁ ନିରଞ୍ଜନ ନାହାକ, ପପୁ ପଣ୍ଡା, ବାଲ୍ମିକୀ ପଲାଇ, କୈଳାସ ଚନ୍ଦ୍ର ପଲାଇ, ୱାର୍ଡ ମେମ୍ବର ସୁବାଷ ଚନ୍ଦ୍ର ପଲେଇ, କାମରାଜ ରେଡ୍ଡି ପ୍ରମୁଖ ପରିଚାଳନା କରିଥିଲେ।