April 29, 2026

ସାନଖେମୁଣ୍ଡି ରେ ସାଂସଦ ଖେଳ ମହୋତ୍ସବ ଶୁଭାରମ୍ଭ ..

IMG-20251130-WA0003
Share

ସାନଖେମୁଣ୍ଡି (ବିଜୟ କୁମାର ପ୍ରଧାନ )  ସାନଖେମୁଣ୍ଡି ବ୍ଳକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ  ପାଟପୁର କଲେଜ ମିନି ଷ୍ଟାଡିୟମ ଓ ଗୌତମୀ ହାଇସ୍କୁଲ ଖେଳ ପଡ଼ିଆ ପରିସରରେ ଆରମ୍ଭ ହୋଇଛି। ପାଟପୁର ମିନି ଷ୍ଟାଡିୟମ ଠାରେ  ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ୩ ଦିନ ଧରି ଅନୁଷ୍ଠିତ ଏହି ଖେଳ ମହୋତ୍ସବ ର ଉଦଘାଟନୀ କାର୍ଯ୍ୟକ୍ରମରେ  ଆସିକା ଏମ.ପି ପ୍ରତିନିଧି ବିଜୟ କୁମାର ସ୍ବାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁୁ ସେଠୀ,  ବ୍ଳକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଉପାଧ୍ୟକ୍ଷା ରିଙ୍କି ନାୟକ, ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନ, ସୁଲତାରାଣୀ ସ୍ବାଇଁ, ମାମାନି ପାତ୍ର ଙ୍କ ସମେତ ସରପଞ୍ଚ ସମିତିସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ । କ୍ରୀଡ଼ା ଶିକ୍ଷକ ଅରୁଣ  ରାଉତ, ଭଗବାନ ବେହେରା ,ଟୁକୁଲା ପାଢ଼ୀ, ରାମବାବୁ ଦୋରା ଙ୍କ ସମେତ ବ୍ଳକ ର ସମସ୍ତ କ୍ରୀଡ଼ା ଶିକ୍ଷକ ଉପସ୍ଥିତ ରହି ବିଭିନ୍ନ କ୍ରୀଡା ପ୍ରତିଯୋଗିତା  ପରିଚାଳନା କରିଥିବା ଦେଖିବାକୁ ମିଳିଛି। ସାନଖେମୁଣ୍ଡିରୁ ବିଜୟ କୁମାର ପ୍ରଧାନଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର