April 28, 2026

ଝଙ୍କଡ଼ ସାରଳାରୋଡ଼ ରେଲୱେ ପି ଏଚ ରେ ରେଳଯାତ୍ରୀ ମାନଙ୍କ ପାଇଁ, ନାହଁ କିଛି ସୁବିଧାସୁଯୋଗ

IMG-20260428-WA0078
Share

    ତିର୍ତ୍ତୋଲ ତା 28/4/2026 ପୂର୍ବତଟ ରେଳବାଇ ଅଧିନ, କଟକ ପାରାଦ୍ୱୀପ ରେଳପଥ ର ମଧ୍ୟବର୍ତ୍ତୀ ସ୍ଥଳ ରେ ଥିବା ଝଙ୍କଡ଼ ସାରଳାରୋଡ଼ ପି ଏଚ ରେ ସର୍ବାଧିକ ରେଳଯାତ୍ରୀ ଏଠାରୁ ପ୍ରତିଦିନ ଯାତାୟାତ କରିଥାନ୍ତି l ବିଶେଷକରି ଏହି ପି ଏଚ ର ମାତ୍ର ଏକ କିଲୋମିଟର ଦକ୍ଷିଣପାର୍ଶ୍ୱରେ ପ୍ରାଚୀନ ତଥା ଶକ୍ତିପୀଠ, ବାଣୀକ୍ଷେତ୍ର ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିର ଥିବାରୁ ଏଠାକୁ ରାଜ୍ୟ ତଥା ଦେଶବିଦେଶ ରୁ ମଧ୍ୟ ସହସ୍ରାଧିକ ଶ୍ରଦ୍ଧାଳୁଭକ୍ତ, ଯାତ୍ରୀ ଓ ପର୍ଯ୍ୟଟକ ମାନେ ମଧ୍ୟ ପରିଭ୍ରମଣ କରିବାକୁ ଆସିଥାନ୍ତି l ଏହି ପି ଏଚ କୁ ଏକ ଉନ୍ନତ ଷ୍ଟେସନ ରେ ପରିଣତ କରିବା ସହିତ ଏଠାରେ ଏକ ଓଭରବ୍ରିଜ ନିର୍ମାଣ କରିବାପାଇଁ, ସ୍ଥାନୀୟଅଞ୍ଚଳର ଅଧିବାସୀ ମାନେ, ପୂର୍ବତଟ ରେଳବାଇ ର ଉଚ୍ଚପଦାଧିକାରୀ ମାନଙ୍କ ନିକଟରେ ବାରମ୍ବାର ଦାବୀ କରାଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ରେଳବାଇ ବିଭାଗ ତରଫରୁ ଏହାକୁ ଆଦୌ ଗୁରୁତ୍ୱ ଦିଆଯାଉନାହିଁ କି ଏଥିନିମନ୍ତେ କୌଣସି ଆର୍ଥିକଅନୁଦାନ ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ l ସବୁଠୁଁ ଦୁଃଖ ଓ ପରିତାପର ବିଷୟ, ଏହି ପି ଏଚ ରେ ଯାତ୍ରୀମାନଙ୍କ ପାଇଁ କୌଣସି ଶୌଚାଳୟ ନାହିଁ, ପାନୀୟ ଜଳଯୋଗାଣ ର ବ୍ୟବସ୍ଥା ନାହିଁ, ବିଶେଷକରି ଖରାବର୍ଷା ରେ ଛିଡାହେବାପାଇଁ, ଛାୟାପ୍ରଦ ଛାତ ଟିଏ ମଧ୍ୟ ନାହିଁ l ବିଗତ ତିନିବର୍ଷ ହେଲା ଏହି ପି ଏଚ ର ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଦୀର୍ଘ ବର୍ଷବର୍ଷ ଧରି କାମ ଚାଲିଛି ତ ଚାଲିଚି l ବିଭାଗୀୟ ପଦାଧିକାରୀ ମାନେ ଏହି ରେଳପଥ ରେ ଯାତାୟାତ କରୁଥିବା ବେଳେ, କାର୍ଯ୍ୟର ଶିଥିଳତା ଓ ମନ୍ଥରତା ର ସଠିକ ତଦାରଖ କରୁନାହାନ୍ତି କି ତ୍ୱରାନ୍ୱିତ ମଧ୍ୟ କରୁନାହାନ୍ତି l ସବୁଠୁଁ ବଡ଼କଥା ହେଉଛି ଏହି ଝଙ୍କଡ଼ ସାରଳାରୋଡ଼ ପି ଏଚ ରେ ତିର୍ତ୍ତୋଲ ସମେତ ଏରସମା, ବାଲିକୁଦା, ନାଉଗାଁ ଓ ଜଗତସିଂହପୁର ଆଦି ପାଞ୍ଚଟି ବ୍ଲକର ଯାତ୍ରୀ ମାନେ ଦୂରଦୁରାନ୍ତ କୁ ଯାତ୍ରା କରିଥାନ୍ତି l ତେଣୁ ଏସବୁ ସମୂହସ୍ୱାର୍ଥ କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ବିଭାଗର ପଦାଧିକାରୀ ମାନେ, ବାସ୍ତବସ୍ଥିତି କୁ ଅନୁଧ୍ୟାନ କରି ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣରେ ଦାବୀ ହେଉଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed