ଗୋପବନ୍ଧୁ ଜୟନ୍ତୀ ପାଳିତ(ସେବା ଦିବସ)

IMG-20251009-WA0057
Share

 

ଅଦ୍ୟ ତା.୦୯-୧୦-୨୦୨୫ରିଖ ଗୁରୁବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୋପବନ୍ଧୁ ଜୟନ୍ତୀ(ସେବା ଦିବସ) ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି।ଏହି ଅବସରରେ ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ କ୍ଷୀରସାଗର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ। ସୁଶ୍ରୀ ମିନାକ୍ଷି ଭୋଇ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗୋପବନ୍ଧୁ ଜୟନ୍ତୀ ପାଳନ ବିଷୟରେ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଶ୍ରୀମତୀ ଶ୍ରୁତି ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୁରୁମା ସୁଶ୍ରୀ ରଶ୍ମିତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।ଶିଶୁ ଭଉଣୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଗୁରୁମା,ଗୁରୁଜୀ ଓ ଶିଶୁ ଭାଇ ଭଉଣୀଙ୍କ ସେବା କାର୍ଯ୍ୟ କରାଯାଇଥିଲ।। ସମସ୍ତ ଗୁରୁମା ଓ ଗୁରୁଜୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

You may have missed