June 28, 2026

ଆଇନଜୀବୀ ପୀତବାସ ହତ୍ୟା ଘଟଣା କୁ ନେଇ କୋଟପାଡ଼ ଓକିଲ ସଂଘ ପକ୍ଷରୁ ଶୋକ ସଭା ସମେତ କଲମ ଛାଡ଼ ଆନ୍ଦାଳନ.

IMG-20251009-WA0059
Share

 

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଆଇନ ଜୀବି ସଂଘ ପକ୍ଷରୁ କୋଟପାଡ଼ କୋର୍ଟ ପରିସର ରେ ଗଞ୍ଜାମ ଜ଼ିଲ୍ଲା ର ବରିଷ୍ଠ ଆଇନ ଜୀବି ପିତ ବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଥିବା ଘଟଣା ରେ ଅଭିଯୁକ୍ତ ଙ୍କୁ ଗିରଫ ଦାବିରେ କଲମ ଛାଡ଼ ଆନ୍ଦାଳନ ଆରମ୍ଭ ହୋଇଯାଇଛି.ରାଜ୍ୟ ଆଇନଜୀବି ପରିଷଦ ନିଷ୍ପତି କ୍ରମେ ବୁଧବାର କୋଟପାଡ଼ ଓକିଲ ସଂଘ ପକ୍ଷ ରୁ ମଧ୍ୟ ସାଧାରଣ ସଭା କରାଯାଇ କଲମ ଛାଡ଼ ଆନ୍ଦାଳନ ଆରମ୍ଭ ହୋଇଛି.ପୀତବାସଙ୍କୁ ଗୁଳି କରି ହତ୍ୟା ଘଟଣାକୁ ନେଇ ତୀବ୍ର ନିନ୍ଦା କରାଯାଇଛି. ସଂଘ ପକ୍ଷରୁ ଆଡ଼ଭୋକେଟ ପ୍ରୋଟେକ୍ସନ ଆକ୍ଟ କାର୍ଯକାରୀ କରାଯାଉ ବୋଲି ଦାବି କିରାଯାଇଛି. କୋଟପାଡ଼ ଓକିଲ ସଂଘର ସଭାପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ହୋଇଥିବା ଶୋକ ସଭାରେ ବରିଷ୍ଠ ଆଇନ ଜୀବି ଜିତେନ୍ଦ୍ର ନାଥ ମହାପାତ୍ର. ପଙ୍କଜ କୁମାର ପାତ୍ର.ରାମେଶ୍ୱର ଜେନା. ଅଜିତ ପଟ୍ଟନାୟକ,ଯୁବ ଆଇନ ଜୀବି ସଙ୍କର ପ୍ରସାଦ ପଣ୍ଡା ଗୁପ୍ତେଶ୍ୱେର ବେହେରା. ମୁକ୍ତେଶ୍ୱେର ନାୟକ. ଦୁର୍ଗା ସାହୁ. ଲଙ୍ଗରାଜ ନାୟକ,ଙ୍କ ସମେତ ସମସ୍ତ ଆଇନଜୀବୀ ଉକ୍ତ ଘଟଣାକୁ ନିନ୍ଦା କରିଛନ୍ତି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର