ଉମରକୋଟ ରେ ବଢୁଛି ଚନ୍ଦାହାଣ୍ଡି ସିତା ଫଳର ଚାହିଦା……..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ଓ ଏହାର ଆଖପାଖ ଅଞ୍ଚଳରେ ବହୁ ପରିମାଣର ମିଳୁନି ସିତା ଫଳ। ଯାହା ଫଳରେ ଉମରକୋଟ ବାସି ଙ୍କୁ ଚନ୍ଦାହାଣ୍ଡି ଅଞ୍ଚଳର ସିତା ଫଳ ଉପରେ ନିର୍ଭର କରିବାକୁ ପଡୁଛି। ସିତା ଫଳର ଚାହିଦା ବଜାରରେ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ରହେ। ଏହି ତିନି ମାସ ପ୍ରତିଦିନ ଚନ୍ଦା ହାଣ୍ଡି ଅଞ୍ଚଳରୁ ମହିଳା ଓ ପୁରୁଷମାନେ ବସ ଯୋଗେ ସିତା ଫଳ ଆଣି କିଛି ଉମରକୋଟ ଵଜାରରେ ନିଜେ ବିକ୍ରି କରିଥାନ୍ତି ଓ କିଛି ହୋଲ ସେଲ ରେ ବିକ୍ରି କରିଥାନ୍ତି। ଚନ୍ଦା ହାଣ୍ଡି ସିତା ଫଳ ର ଚାହିଦା ଉମରକୋଟ ଛଡ଼ା ଝରିଗାଁ, ରାଇଘର,ଡାବୁଗାଁ, ନବରଙ୍ଗପୁର ଏପରିକି ପଡୋଶୀ ଛତିଶଗଡ ର କୋଣ୍ଡାଗାଁ , ଜଗଦଲପୁର ଓ ବସ୍ତର ମଧ୍ୟ ଏହାର ଚାହିଦା ରହିଛି। ପ୍ରଥମେ ପ୍ରଥମେ ଏହି ସିତା ଫଳ ବଜାରକୁ ଆସିଲେ ଏହାର ଦାମ କିଲୋ ପିଛା ୧୦୦ ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ରହିଥାଏ। ପରେ ପରେ ଏହାର ଦାମ ତଳକୁ ଆସିଥାଏ। ବର୍ତ୍ତମାନ ଉମରକୋଟ ଵଜାରରେ ଏହାର ଦାମ କିଲୋ ପିଛା ୫୦ ଟଙ୍କା ରହିଛି। ସିତା ଫଳକୁ ବିକ୍ରି କରି ଚନ୍ଦା ହାଣ୍ଡି ଅଞ୍ଚଳର ମହିଳା ଓ ପୁରୁଷମାନେ ବେଶ ଦି ପଇସା ରୋଜଗାର କରୁଛନ୍ତି। ଏମାନଙ୍କ ଠାରୁ ସିତା ଫଳ କିଣି ଉମରକୋଟ ର କିଛି ବ୍ୟବସାୟୀ ମଧ୍ୟ ଭଲ ଦି ପଇସା ରୋଜଗାର କରୁଛନ୍ତି। କିଛି ବର୍ଷ ତଳେ ଏହି ସିତା ଫଳ କୁ ବଜାରରେ କୁଡା ହିସାବରେ ବିକ୍ରି କରାଯାଉଥିଲା। ବର୍ତ୍ତମାନ ଏହା ବଜାରରେ କିଲୋ ହିସାବରେ ବିକ୍ରି କରାଯାଉଛି। ସିତା ଫଳ କୁ ଅଳ୍ପ ଅଳ୍ପ ଖାଇଲେ ଭଲ।ଏହା ଅତ୍ୟଧିକ ଖାଇଲେ ଦେହ ପାଇଁ ଭଲ ହୋଇନଥାଏ।ସିତା ଫଳ ଅତ୍ୟଧିକ ଖାଇବା ଦ୍ୱାରା ଦେହ ଥଣ୍ଡା ହେବା ସହ କାଶ,ଛିଙ୍କ ଭଳି ରୋଗ ମଧ୍ୟ ହୋଇଥାଏ।
