୫୮ତମ କୁମାର ଉତ୍ସବ ଉଦଘାଟିତ
ପୁରୀ, ସର୍ବପୁରାତନ ଅନୁଷ୍ଠାନ କୁମାର ଉତ୍ସବ ସମିତି ପକ୍ଷରୁ ଶରଧାବାଲି ମୁକ୍ତାକାଶ ରଙ୍ଗ ମଞ୍ଚରେ ୫୮ତମ କୁମାର ଉତ୍ସବ୨୦୨୫ ଉଦଘାଟିତ ହୋଇଯାଇଛି।
ଅନୁଷ୍ଠାନ ର ସଭାପତି ବିଶିଷ୍ଟ ଅଧିବକ୍ତା ବିଭୁ ପ୍ରସାଦ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଉଦଘାଟକ ରୂପେ ବରିଷ୍ଠ ସେବାୟତ ଛତିସା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ,ବିଶେଷ ଅତିଥି ଭାବେ ସୁପ୍ରିମକୋର୍ଟ ର ବିଶିଷ୍ଟ ଅଧିବକ୍ତା ବିରଜା ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ।ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା ସ୍ୱାଗତ ଭାଷଣ ସହିତ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ।କାର୍ଯ୍ୟକାରୀ ସଭାପତି ରାଜେଶ ମିଶ୍ର,ଚକ୍ରଧର ମହାପାତ୍ର, ଉପଦେଷ୍ଟା ମନୋଜ ରଥ ,ବିଦୁଲତା ଆଚାର୍ଯ୍ୟ ,ସରସ୍ଵତୀ ପାତ୍ର, ଉପସଭାପତି ଅମରେନ୍ଦ୍ର ପାଇକରାୟ ,ସ୍ମରଣୀକା ସମ୍ପାଦକ ଶ୍ରୀକାନ୍ତ ମହାନ୍ତି,ପ୍ରତିଯୋଗିତା ଅଧକ୍ଷ ସୁକାନ୍ତ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ।ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ଉନ୍ମୋଚିତ ହେବା ସହ ସେଣ୍ଟ ଜାଭିୟର୍ସ ର ଲଗ୍ନଲୋକିତ ତ୍ରିପାଠୀ ,ଡିଏଭି ପବ୍ଲିକ ସ୍କୁଲ ର ଆରୋଶିଖା ରଥ ଙ୍କୁ ଯଥାକ୍ରମେ ଶ୍ରୀକ୍ଷେତ୍ର କୁମାର ଓ ଶ୍ରୀକ୍ଷେତ୍ର କୁମାରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ରଚନା ଦାସ ଙ୍କୁ ଶ୍ରୀକ୍ଷେତ୍ର ଗୃହିଣୀ ସମ୍ମାନ ରେ ସମ୍ମାନିତ କରାଯିବା ସହ ଓଡିଶା ସିଭିଲ ସର୍ଭିସ ରେ ଉତ୍ତୀର୍ଣ୍ଣ ହୋଇଥିବା ପୁରୀର ଗୌରବ ସ୍ୱାତି ସ୍ନିଗ୍ଧା ସୁଆର ଏବଂ ସୌମ୍ୟ ରଞ୍ଜନ ପଣ୍ଡା ଙ୍କୁ କୁମାର ଉତ୍ସବ ପ୍ରତିଭା ସମ୍ମାନରେ ସମ୍ମନିତ କରାଯାଇଥିଲା।ଏଥି ସହ ପୁରୀ ବିଚ ଲାଇଫ ଗାର୍ଡ ଅନୁଷ୍ଠାନ କୁ ସମ୍ମାନିତ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବରଦ ମହାବୀର ମେଢ଼ କୃତ୍ୟ ଗ୍ରୁପ ପକ୍ଷରୁ ମେଢ଼ କୃତ୍ୟ,ରୁପା ଆଣ୍ଡ ଗ୍ରୁପ ପକ୍ଷରୁ ନୃତ୍ୟ ବିଚିତ୍ରା କୁଆଁର ପୁନେଇ ଜହ୍ନ, ଅନନ୍ୟା କଳା ମନ୍ଦିର ପକ୍ଷରୁ ମାହାରୀ ନୃତ୍ୟ ,ୟୁନିକ ଷ୍ଟାଇଲ ମାଲଖମ୍ବ ଗ୍ରୁପ ପକ୍ଷରୁ ମାଲଖମ୍ବ ,ବଲାଙ୍ଗୀର (ଲୋଇସିଂହ)ସଙ୍ଗୀତ ସାଧନା ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ଲୋକନୃତ୍ୟ ଏବଂ ଲିଙ୍ଗରାଜ କଳା ନିକେତନ ପକ୍ଷରୁ ଓଡିଶୀ ଓ ସମ୍ବଲପୁରି ନୃତ୍ୟ ଆଦି ଚିତା କର୍ଷକ କାର୍ଯ୍ୟକ୍ରମ ପରିବେଷିତ ହୋଇ ଉପସ୍ଥିତ କଳା ପ୍ରେମୀଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ।ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମ କୁ ପରିଚାଳନା କମିଟି ଅଧ୍ୟକ୍ଷ ଭରତ କୁମାର ନାୟକ ଏବଂ ମଞ୍ଚ ସଂଯୋଜନା କମିଟି ଅଧକ୍ଷ ଶ୍ୟାମପ୍ରକାଶ ସେନାପତି ସଂଚାଳନ କରିଥିଲେ।କୁମାର ଉତ୍ସବ ର ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନା ରେ ସହଯୋଗ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
