ପଞ୍ଚାୟତ ସମିତି ମୋହନା ର ଚତୁର୍ଥ ସାଧାରଣ ବୈଠକ,
ପଞ୍ଚାୟତ ସମିତି ମୋହନା ର ଚତୁର୍ଥ ସାଧାରଣ ବୈଠକ, ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା——ଗଜପତି ଜିଲ୍ଲା ମୋହନା ବ୍ଲକ ବିଜୁ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ଅଧକ୍ଷ ରଞ୍ଜୀବ ଶବର ଙ୍କ ଅଧକ୍ଷତାରେ ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ବ୍ଲକ ଉପାଧକ୍ଷ ବାଲ୍ମୀନା ଅଧିକାରୀ, ଗୋଷ୍ଠି ଉନ୍ନୟନ ଅଧିକାରୀ ତପସ୍ୱିନୀ ହଂସଦା, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଲ୍ଲିକ, ସୁନୀଲ କୁମାର ବିଷୋୟୀ ଙ୍କ ସମେତ ସାଂସଦ ଏବଂ ବିଧାୟକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।ଏହି ବୈଠକରେ ବରିଷ୍ଠ ପଞ୍ଚାୟତ ନିର୍ବାହୀ ଅଧିକାରୀ ରବି କୁମାର ପାତ୍ର ପୂର୍ବ ବୈଠକର ବିବରଣୀ ପଠନ କରିବା ସହ ଗୋଷ୍ଠି ଉନ୍ନୟନ ଅଧିକାରୀ ଏବଂ ବ୍ଲକ ଅଧକ୍ଷ ଦୁହେଁ ଉପସ୍ଥିତ ପଞ୍ଚାୟତ ପ୍ରତିନିଧି ଏବଂ ସମସ୍ତ ବିଭାଗରୁ ଆସିଥିବା ଅଧିକାରୀଙ୍କୁ ସ୍ୱାଗତ କରି ବୈଠକ ଆରମ୍ଭ କରିଥିଲେ।ଏହି ବୈଠକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଶତପଥୀ ଙ୍କ ସହ ସହକାରୀ ଯନ୍ତ୍ରୀ ନାରାୟଣ ପାଢ଼ୀ, କନିଷ୍ଟ ଯନ୍ତ୍ରୀ ପ୍ରଦୀପ୍ତ କୁମାର ସେଠୀ ଙ୍କ ସମେତ ଯୋଗାଣ ଅଧିକାରୀ ସୁବେନ୍ଧୁ ପାଣିଗ୍ରାହୀ, ଶିଶୁ ବିକାଶ ଅଧିକାରିଣୀ ମମତା ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ, ବନ ବିଭାଗ, କୃଷି ବିଭାଗ ଅଧିକାରୀ ଭବେନ୍ଦ୍ର ମୁର୍ମୁ, ବ୍ଲକ ଜୀବିକା ମିଶନ, ପାନୀୟ ଜଳସମେତ ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ଉପସ୍ଥିତିରେ ସମିତିର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ମୋହନା ବ୍ଲକର ୩୯,ଗ୍ରାମ ପଞ୍ଚାୟତ ରେ ବିଭିନ୍ନ ଯୋଜନା ରେ ହେଉଥିବା ଏବଂ ସମ୍ପୂର୍ଣ ହୋଇଥିବା କାର୍ଯ୍ୟ ଗୁଡିକ ସମାର୍କରେ ଉପସ୍ଥିତ ଥିବା ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଜଣାଇବା ସହ ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇଥିଲେ।ବିଶେଷ କରି ଶିକ୍ଷା ବିଭାଗ ସମ୍ପର୍କରେ ଗୁରୁତର ଆଲୋଚନା ହୋଇଥିଲା।ଚଳିତ ବୈଠକରେ ପଞ୍ଚାୟତ ପ୍ରତିନିଧି ଙ୍କ ସହ ସରକାରୀ କର୍ମଚାରୀଙ୍କ ସମେତ ନୂତନ ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭ୍ୟ ସଭ୍ୟା ଙ୍କୁ ବୈଠକ କୁ ଡକାଯାଇଥିଲା।