April 26, 2026

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲାକଂଗ୍ରେସ କାର୍ଯ୍ୟାଳୟ ଏକ ବୈଠକ ଅନୁଷ୍ଠିତ

IMG-20230426-WA0017
Share

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲାକଂଗ୍ରେସ କାର୍ଯ୍ୟାଳୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସାଙ୍ଗଠନିକ ଦାୟିତ୍ଵ ଥିବା,ଅଖିଳ ଭାରତୀୟ କଂଗ୍ରେସ କମିଟିର ସଦସ୍ୟ ତଥା ଓଡ଼ିଶାର ପୂର୍ବତନ ମୂଖ୍ୟ ଶାସନ ସଚିବ ଶ୍ରୀ ଯୁକ୍ତ ବିଜୟ କୁମାର ପଟ୍ଟନାୟକ ଙ୍କୁ ବର୍ତମାନ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଚାର କମିଟିର ମୁଖ୍ୟ ତଥା ରାଜନୈତିକ ବ୍ୟାପାର କମିଟି ଅଧ୍ୟକ୍ଷ ଭାବରେ ଦାଇତ୍ୱ ଦେଇଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି ର ସଭାପତି ଶ୍ରୀ ଯୁକ୍ତ ମଲ୍ଲୀକାର୍ଜୁନ ଖଡଗେ, ଶ୍ରୀ ରାହୁଲ ଗାନ୍ଧୀ, ଶ୍ରୀ ମତି,ପ୍ରିୟଙ୍କା ଗାନ୍ଧୀ,ଭେନୁ ଗୋପାଲ,ଚେଲ୍ଲା କୁମାର, ପ୍ରମୁଖ ଙ୍କୁ ପାରଳାଖେମୁଣ୍ଡି ସ୍ତିତ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରୁଛୁ। ଶ୍ରୀ ବିଜୟ କୁମାର ପଟ୍ଟନାୟକ ଙ୍କୁ ଅନୁରୋଧ ଜଣାଉଛୁ ଆଗାମୀ ଦିନରେ କଂଗ୍ରେସ ଦଳକୁ ସୁଦୃଢ ହେବ, ଯାହା ଫଳରେ ଓଡ଼ିଶାରେ କଂଗ୍ରେସ ସରକାର ଗଢିବ ବୋଲି ଆଶା ଓ ବିଶ୍ବାସ କରାଯାଉଛି। ଏହି ବୈଠକରେ ଅଭିମନ୍ୟୁ ପଣ୍ଡା ଜିଲ୍ଲା ସମ୍ପାଦକ ପୂର୍ବତନ ଉପାଧ୍ୟକ୍ଷ ପାରଳାରେ ପୌର ପରିଷଦ, ବସନ୍ତ କୁମାର ପଣ୍ଡା, ଗଜପତି ଜିଲ୍ଲା କଂଗ୍ରେସ ର ଉପ ସଭାପତି ଜିଲ୍ଲା କଂଗ୍ରେସ କମିଟି ର ସଦସ୍ୟ ମାନେ ଶଗ୍ରାମ ସାହୁ, ବାବୁଲି ସାହୁ, ସୂର୍ଯ୍ୟ ନାରାୟଣ ପାତ୍ର, ରାଜା ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ।