November 16, 2024

ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା ସଭା

Share

ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା ସଭା
ମୁଁ ବି ଜଣେ ଲେଖକ/ଲେଖିକା କାର୍ଯ୍ୟକ୍ରମର ଶୁଭାରମ୍ଭ

ବୁଗୁଡା : ଗତ ୨୩.୪.୨୦୨୩ ରବିବାର ଦିନ ପିପୁଲସ କଲେଜ, ବୁଗୁଡା,ଗଞ୍ଜାମ ପରିସରର ୧୯୮୯ ରେ ସ୍ଥାପିତ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ,ବୁଗୁଡା ଦ୍ୱାରା ଆୟୋଜିତ ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ପିପୁଲସ କଲେଜ, ବୁଗୁଡାର ସହ ଭାଗିତାରେ ମୁଁ ବି ଜଣେ ଲେଖକ/ଲେଖିକା କାର୍ଯ୍ୟକ୍ରମ କୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ର ଉପନିର୍ଦ୍ଦେଶକ ଏବଂ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡ.ସିଦ୍ଧାର୍ଥ ଶଙ୍କର ପାଢ଼ୀ ଦ୍ୱାରା ଉଦଘାଟିତ ହେଇଯାଇଛି । ଛାତ୍ରୀ,ଛାତ୍ରଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଆକୃଷ୍ଟ କରିବାଳ ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ରେ ଆୟୋଜନ କରାଯିବ । ପିପୁଲସ କଲେଜ ପରିସରରେ ଉଦଘାଟକ ଭାବେ ଡ.ସ୍ୱଦ୍ଧାର୍ଥ ଶଙ୍କର ପାଢ଼ୀ, ମୁଖ୍ୟ ଅତିଥି ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ରଜନୀକାନ୍ତ ଦାଶ, ସମ୍ମାନୀତ ଆତିଥୀ ଭାବେ ବ୍ରହ୍ମପୁର ମହାମାୟୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷତାରେ ଡ.କୃଷ୍ଣ ପ୍ରସାଦ ମହାପାତ୍ର, ଡୁରା ସ୍ଥିତ ମହାବିଦ୍ୟାଳୟର ଅବସରର ପ୍ରାପ୍ତ ଅଧ୍ୟକ୍ଷ କବି ଡ.ବନମାଳୀ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ । କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ କୃତ୍ତିବାସ ବିଶ୍ୱାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ କାର୍ଯ୍ୟକାରୀ ସଭାପତି ଶ୍ରୀ ଗୌରୀପତି ଦାଶ କାର୍ଯ୍ୟକ୍ରମ ର ଉଦେଶ୍ୟ, ଆଭିମୁଖ୍ୟ ଏବଂ ଲକ୍ଷ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠାନ ର ପ୍ରତିଷ୍ଠାତା ଏବଂ ସାଧାରଣ ସମ୍ପାଦକ ଡ.ଶ୍ୟାମା ପ୍ରସାଦ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ପରିଚାଳନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ର ୨ୟ ପର୍ଯ୍ୟାୟରେ ଡ.ସଞ୍ଜୟ କୁମାର ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ର ରେ କବି ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ ଏବଂ କବି ଶ୍ରୀ ଅଶୋକ ନନ୍ଦ ସମ୍ମାନିତ ଅତିଥି ଏବଂ ଡ.ପ୍ରଶାନ୍ତ କୁମାର ମହାପାତ୍ର, ଶ୍ରୀ ବିଭୂତି ଭୂଷଣ ମିଶ୍ର, ଡ.ପ୍ରଦୀପ କୁମାର ଦାସ,ଶ୍ରୀ ଆତ୍ମ ପ୍ରକାଶ ନାୟକ, ଶ୍ରୀ ରବୀନ୍ଦ୍ର ନାଥ ପଲେଇ, ଶ୍ରୀ ଲଷ୍ମୀ ନାରାୟଣ ଦାଶ ଆଲୋଚନା ଚକ୍ରରେ ଆଲୋଚକ ରୂପେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଶ୍ରୀ କୃତ୍ତିବାସ ବିଶ୍ବାଳଙ୍କ ଦ୍ୱାରା ପ୍ରକାଶିତ ଶ୍ରୀ ତ୍ରିନାଥ ନାୟକ ଙ୍କ ସମ୍ପର୍କରେ ପୁସ୍ତକ ଉନ୍ମୋଚିତ ହେଇଥିଲା । ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୨୬ ଜଣ ପ୍ରାବନ୍ଧିକ,ଗାଳ୍ପିକ ଏବଂ କବିଙ୍କ ସହ ପିପୁଲସ କଲେଜ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ର ଶ୍ରୀ ରାଜେଶ୍ୱର ଗୌଡ଼ ଏଵଂ ଶ୍ରୀ ଆଦିତ୍ୟ ନାୟକଙ୍କୁ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାରେ ସଫଳତା ପାଇଁ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ, ସ୍ମୃତି ଫଳକ ସହ ସମ୍ବର୍ଦ୍ଧନାପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନ ଉପସଭାପତି ଶ୍ରୀ ପ୍ରଶାନ୍ତ ନନ୍ଦ, ଶ୍ରୀ ପ୍ରସନ୍ନ କୁମାର ଦାସ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କାରିଥିଲେ । ଅଧ୍ୟାପକ ଶ୍ରୀ ଆତ୍ମ ପ୍ରକାଶ ନାୟକ, ଅଧ୍ୟାପକ ଶ୍ରୀ ଦୁଷ୍ମନ୍ତ ପ୍ରଧାନ, ଅଧ୍ୟାପକ ଶ୍ରୀ କିଶୋର ଚନ୍ଦ୍ର ଶବର , ପିଇଟି ଶ୍ରୀ କ୍ରୀଷ୍ଣାରାଓ ପାତ୍ର, ଜାତୀୟ ସେବା ଯୋଜନା ଏବଂ ସ୍କାଉଟ ର ସ୍ୱାଛାସେବୀ ମାନଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସହସମ୍ପାଦକ ଶ୍ରୀ ବୈଷ୍ଣବ ଚରଣ ଦାଶ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ପରିଚାଳନା କରିବାସହ ସ୍ୱାଗତ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଡ.ପ୍ରଦୀପ କୁମାର ଦାଶ ପିପୁଲସ କଲେଜ ପରଫରୁ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ର ସମସ୍ତ କର୍ମକର୍ତ୍ତା ଏବଂ ଏହାର ପ୍ରତିଷ୍ଠାତା ଡ.ଶ୍ୟାମା ପ୍ରସାଦ ମିଶ୍ରଙ୍କୁ ଧନ୍ୟବାଦ ପ୍ରଦାନ କରିବାସହ ଏହିପରି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ରେ ଆୟୋଜନ କରିବାପାଇଁ ପ୍ରସ୍ତାବ ଦେଇଥିଲେ ।
ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଆନ୍ତ ଜିଲ୍ଳା ମୁଁ ବି ଜଣେ ଲେଖକ/ଲେଖିକା କାର୍ଯ୍ୟକ୍ରମ ଗ୍ରୀଷ୍ମ ଅବକାଶ ପରେ ଭଞ୍ଜନଗର ନିକଟସ୍ଥ ବଡକୋଦଣ୍ଡା ଠାରେ ଅନୁଷ୍ଠିତ କରାଯିବା ସମ୍ପର୍କୀୟ ଘୋଷଣା କରାଯାଇଥିଲା ।
ଆଗାମୀ ବଡକୋଦଣ୍ଡା ଅଧିବେଶନରେ ବିକ୍ଷିପ୍ତାର ଗଞ୍ଜାମ ଜିଲ୍ଲାର ୫ ଜଣ, ନୟାଗଡ଼ ଜିଲ୍ଲାର ୮ ଜଣ, କନ୍ଧମାଳ ଜିଲ୍ଲାର ୫ ଜଣ ଏବଂ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ୨ ଜଣ ସଦସ୍ୟା/ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯିବ ।
ବୁଗୁଡ଼ା ରିପୋର୍ଟ/ ହର ପ୍ରସାଦ ପାଢି