April 27, 2026

ମୋହନା ବ୍ଲକର ଶିକୁଳିପଦର ପଂଚାୟତରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି, ୧୬ଅଭିଯୋଗ ର ତ୍ୱରିତ ପଦକ୍ଷେପ ନେଲେ ଜିଲ୍ଲାପାଳ-

IMG-20230424-WA0031
Share

ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଦୁର୍ଗମ ପାହାଡିଆ ଅଞ୍ଚଳ।ଏହି ଅଂଚଳରେ ବାସ କରୁଥିବା ଜନସାଧାରଣ ଜିଲ୍ଲା ପ୍ରଶାସନ ନିକଟରେ ନିଜର ଅଭାବ ଅସୁବିଧା ଜଣାଇବାକୁ ଜିଲ୍ଲା ମୁଖ୍ୟାଳୟ କୁ ଖର୍ଚ୍ଚ କରି ଯିବା ସକ୍ଷମ ନୁହଁନ୍ତି।ତେଣୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଲୋକଙ୍କ ନିକଟକୁ ଆସି ଲୋକଙ୍କ ଅଭାବ ଅସୁବିଧା ବୁଝି ଥାନ୍ତି।ଆଜି ମୋହନା ବ୍ଲକର ଶିକୁଳିପଦର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ହେଉଥିବା ଯୁଗ୍ମ ଅଭିଯୋଗ ଶୁଣାଣି ରେ ସର୍ବ ମୋଟ ୧୧୯ଟି ଅଭିଯୋଗ ଶୁଣାଣି ହୋଇଥିଲା।ଏହି ଶିବିରରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସହ ଅତିରିକ୍ତ ଆରକ୍ଷୀ ଅଧକ୍ଷ ଗୁରୁବିର ସିଂ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ,. ପ୍ରକଳ୍ପ ପ୍ରଶାସକ ଆଦିବାସୀ ଉନ୍ନୟନ ସଂସ୍ଥା ଫାଲଗୁନି ମାଝୀ, ଗୋଷ୍ଟି ଉନ୍ନୟନ ଅଧିକାରୀ ତପସ୍ୱିନୀ ହଂସଦା, ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ ଶତପଥୀ, ସହକାରୀ ଯନ୍ତ୍ରୀ ନାରାୟଣ ପାଢ଼ୀ, ସମସ୍ତ ବ୍ଲକ କର୍ମଚାରୀ ସହ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ସମସ୍ତ ବିଭାଗ ଅଧିକାରୀ ଉପସ୍ଥିତ ଥିବା ସହ ଗ୍ରାମ ଉନ୍ନୟନ ସଂସ୍ଥା, ଯୋଗାଣ ବିଭାଗ, ସ୍ୱାସ୍ତ୍ୟ ବିଭାଗ, ପାନୀୟ ଜଳ ବିଭାଗ, ଜଙ୍ଗଲ ବିଭାଗ, କୃଷି ବିଭାଗ, ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏହି ଅଭିଯୋଗ ଶୁଣାଣି ରେ ସାମୁହିକ ୮୫ଟି ବ୍ୟକ୍ତିଗତ ୧୮ତ୍ୱରିତ ପଦକ୍ଷେପ ନେଇ ସମାଧାନ କରିଥିଲେ ୧୬ଟି ଏହା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ୪ଜଣ ବ୍ୟକ୍ତିଙ୍କୁ ୨୩୦୦୦ଟଙ୍କା ସାହାଯ୍ୟ କରିଥିଲେ।ଏହି ଅଭିଯୋଗ ଶୁଣାଣୀରେ ନିକଟ ପଞ୍ଚାୟତରୁ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିବା ସହ ବ୍ଲକ ଅଧକ୍ଷ ରଞ୍ଜୀବ ଶବର, ଉପାଧକ୍ଷ ବାଲ୍ମୀନା ଅଧିକାରୀ ଙ୍କ ସମେତ ବହୁ ସରପଞ୍ଚ ସମିତି ସଭ୍ୟ, ସଭ୍ୟା ଉପସ୍ଥିତ ରହି ଜିଲ୍ଲାପାଳ ଙ୍କୁ ସ୍ୱାଗତ କରିଥିଲେ।