November 16, 2024

ଲୋକନାଥ ବାବା ଙ୍କ ୯ମ ଥର ଶୀତଳଷଷ୍ଠୀ ଯାତ୍ରାର ଥାଳଉଠା ପର୍ବ ପାଳିତ ହୋଇଯାଇଛି

Share

 

ସୋନପୁର: ସୋନପୁର ଜିଲ୍ଲା ସଦର ବ୍ଲକ ଜନମୁରା ଗ୍ରାମ ପଞ୍ଚାୟତ ସ୍ଥିତ ଛଞ୍ଚାଣଡୁଙ୍ଗୁରି ତଳେ ଥିବା ଶ୍ରୀ ଶ୍ରୀ ଲୋକନାଥ ମହାଦେବ ବାବା ମନ୍ଦିର ଠାରେ ଥାଳଉଠା ପର୍ବ ପାଳିତ ହୋଇଯାଇଛି। ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା ଏହି ଦିନ ଅଖିମୁଠି ଅନୁକୁଳ କରାଯାଏ। ଏଥି ସହ ଶୀତଳଷଷ୍ଠୀ ଯାତ୍ରାର ଆୟ ଆରମ୍ଭ ହୋଇଥାଏ। ଏହି ପର୍ବ ଦିନକୁ ଥାଳଉଠା ପର୍ବ କୁହାଯାଏ। ଦେବଦେବ ମହାଦେବ ଓ ମାତା ପାର୍ବତୀ ଙ୍କ ବିବାହ ପାଇଁ ଏହି ପବିତ୍ର ଦିନରେ କନ୍ୟା ପିତା ମାତା ଚୟନ ହୋଇଥାଏ। ଠିକ୍ ଆଜି ମଧ୍ୟ ବାବା ଲୋକନାଥ ମହାଦେବ ଓ ମାତା ପାର୍ବତୀଙ୍କ ପିତା ମାତା ଚୟନ କରାଯାଇଛି। ବାବା ମହାଦେବଙ୍କ ପିତା ଭୂମିକାରେ ଯୁଧିଷ୍ଠିର ନାଏକ ଧର୍ମ ପତ୍ନୀ ଜାମିନୀ ନାଏକ ଓ ମାତା ପାର୍ବତୀଙ୍କ ପିତା ଭୂମିକାରେ ଶଙ୍କରଷଣ ମେହେର ଧର୍ମ ପତ୍ନୀ ସରୋଜିନୀ ମେହେରଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଗଲା। ସୂଚନା ଯୋଗ୍ୟ ଯେ ଆସନ୍ତା ମେ ୨୦ ପରତପେଣ୍ଡି , ୨୪ ଦେବଦେବ ମହାଦେବ ଓ ମାତା ପାର୍ବତୀ ଙ୍କ ବିବାହ , ୨୫ ଶୋଭାଯାତ୍ରା, ୨୬ ନଗର ପରିକ୍ରମା ଓ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ କରାଯିବା ସ୍ଥିରୀକୃତ କରାଯାଇଛି।

ରିପୋର୍ଟ -ସୁଶାନ୍ତ ସାହୁ, ସୁବର୍ଣ୍ଣପୁର