April 29, 2026

ପାରଳାଖେମୁଣ୍ଡି ବଡ଼ ରାଧାକାନ୍ତ ଠାରେ ବ୍ରାହ୍ମଣ ସମାଜ ବୈଠକଅନୁଷ୍ଠିତ 

IMG-20230423-WA0020
Share

 

 

ପାରଳାଖେମୁଣ୍ଡି:୨୩/୪(ଗରୁଡ଼ଧ୍ଵଜଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡରାଧାକାନ୍ଥ ମଠ ପ୍ରାଙ୍ଗଣରେ ବ୍ରାହ୍ମଣ ସମାଜ ର ବୈଠକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜିର ବୈଠକ ରେ ମୂଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ସ୍କୁଲ ଏସ୍ ଆଇ, ସୁବାସ ଚନ୍ଦ୍ର ପଣ୍ଡା, ପଣ୍ଡିତ ଜଗନ୍ନାଥ ରଥ,ପୂରହୀତ ଦୁର୍ଗା ପ୍ରସାଦ ରଥ (ପିଲୁରଥ) ମଞ୍ଚାସିନ ଥିଲେ। ଏହି ବୈଠକ ରାଜେନ୍ଦ୍ର ରଥ ଙ୍କି ଦ୍ଵାରା ପରିଚାଳିତହୋଇଯାଇଥିଲା। ଆଜିର ବୈଠକ ରେ ବହୁତ ସଂଖ୍ୟାରେ ବ୍ରାହ୍ମଣ ଦେବତା ମାନେ ଉପସ୍ଥିତ ରହି ନିଜେ ନିଜର ମତାମତ ଉପସ୍ଥାପନ କରିଥିଲେ। ସମସ୍ତ ଙ୍କ ମତ ଏମିତି ଯେ ଆମର ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଆମେ ବହୁତ ପଛୁଆ ରହିଥିବା, ବର୍ତ୍ତମାନ ସମୟରେ କେତେ ଯୁକ୍ତିଯୁକ୍ତ ବୋଲି ମନ୍ତବ୍ୟ ଦେଇଥିଲେ ,ଏହା ସହିତ ଯେତେବେଳେ ପର୍ଯ୍ୟନ୍ତ ଆମେ ସମସ୍ତ ବ୍ରାହ୍ମଣ ସମାଜ ଏକଜୁଟ ହୋଇନଥିବା ସେ ସମୟ ପର୍ଯ୍ୟନ୍ତ ଆମେ ଏମିତି ଅନୁନ୍ନତ ହୋଇ ରହିଥିବା ତେଣୁ ସମସ୍ତ ଙ୍କ ମତ ଏମିତି ଯେ ରାଜ୍ୟରେ କିମ୍ବା ଜିଲ୍ଲା ରେ କୁହାଯାଉ ଯଦି ବ୍ରାହ୍ମଣ ସମାଜ ଏକ ହେବ ସେ ସମୟ ରେ ପୃଥିବୀର ଏମିତି କୌଣସି ଶକ୍ତି ନାହିଁ ବ୍ରାହ୍ମଣ ଦେବତା ଙ୍କୁ ବାଦ୍ ଦେଇ ଜିବା କଷ୍ଟକର ହେବ ବୋଲି ସମସ୍ତ ଙ୍କ ଅଭିଭାଷଣ ରେ ଥିଲା। ଆଜିର ବୈଠକ ରେ ଅବସର ପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୁରେସ ପଣ୍ଡା, ଆଇନ ଜୀବି ଉମାରଥ, ବସନ୍ତ ପଣ୍ଡା, ଭଳିଆ ସଭ୍ୟ ମାନେ ନିଜ ନିଜ ମତାମତ ଉପସ୍ଥାପନ କରିଥିଲେ।ବୈଠକ ପରେ କିଛି ବରେଣ୍ୟ ବ୍ୟକ୍ତି ବିଶେଷଙ୍କ ଅନୁଦାନ ରେ ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥି ରେ ଅନ୍ନଦାନ ତଥା ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଭକ୍ତ ମଣ୍ଟୁ ଦାସ, କୃଷ୍ଣ ଚନ୍ଦ୍ର ରଥ, ସନ୍ତୋଷ ପାଣିଗ୍ରାହୀ, ସୁଜିତ ପାଣିଗ୍ରାହୀ, ହୃଷିକେଶ ସୁଆର ପ୍ରମୁଖ ଙ୍କ ଦ୍ଵାରା ଆୟୋଜନ ହେଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ବସନ୍ତ କୁମାର ପଣ୍ଡା ଙ୍କ ତତ୍ବାବଧାନରେ ସୂଚାରୁରୂପେ ପରିଚାଳିତ ହୋଇଥିଲା।

You may have missed