March 13, 2026

ବାବା ସାହେବ ଆମ୍ବେଦକର ଙ୍କ ୧୩୨ତମ ଜନ୍ମ ଜୟନ୍ତୀ ମହୋତ୍ସବ

c2f509aa-d5e0-413a-a766-cd2a3b643a97
Share


ପୋଲସରା,୧୪/୦୪. ଗଞ୍ଜାମ ଜିଲ୍ଲା ଭାରତରତ୍ନ ଡଃ ଭୀମାରାଓ ଆମ୍ବେଦକର ସ୍ମୃତି ସଂସଦ ଆସିକା ଗଞ୍ଜାମ ପକ୍ଷରୁ ପୋଲସରା ହାତୀଓଟ ଅଠରପଲ୍ଲୀ ଖଦାଳମୁଠା ସମାଜଗୃହ ରେ ଏହି ଜୟନ୍ତୀ ସଂଘର ସଭାପତି ଆଇନଜୀଵି କେ ସୁବ୍ରମଣ୍ୟମ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଇତି ଅବସରରେ ପୋଲସରା ହାତୀଓଟ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କାନାଡା ବ୍ୟାଙ୍କ ର ଅବସରପ୍ରାପ୍ତ ଶାଖା ପରିଚାଳକ ଯୁଧିଷ୍ଠିର ନାୟକ ଉପସ୍ଥିତ ରହି ସଭାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଅଭିରାମ ନାହକ, ମୂଖ୍ୟ ବକ୍ତା ଭାବେ ଜାତିପ୍ରଥା ବିଲୋପ ଆନ୍ଦୋଳନ ର ଜିଲ୍ଲା ଆବାହକ ଶଙ୍କର, ମହିଳା ନେତ୍ରୀ ମନୀଷ କୁମାର, ସାଧାରଣ ସମ୍ପାଦକ ଅମର ନାହକ ଆମ୍ବେଦକର ଙ୍କ ଜୀବନ, ସଂଘର୍ଷ ର ଇତିହାସ ଓ ଶୋଷିତ ତଥା ନିଷ୍ପେସିତ ବର୍ଗ ପ୍ରତି ଅବଦାନ ସଂପର୍କରେ ବକ୍ତବ୍ୟ ରଖିଥିଲେ। ବାସୁଦେବ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଭାରତର ସମ୍ଵିଧାନର ପ୍ରଣେତା ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ଵେଦକରଙ୍କୁ ତାଙ୍କ ୧୩୨ ତମ ଜନ୍ମବାର୍ଷିକୀ (୧୪ ଏପ୍ରିଲ) ଅବସରରେ ପୁଷ୍ପମାଲ୍ୟପ୍ରଣ କରି ଗଭୀର ଶ୍ରଦ୍ଧାଞ୍ଜଳି । ଅର୍ପଣ କରାଯାଇଥିଲା।
ମହାନ୍ ସମାଜ ସଂସ୍କାରକ, ଜାତି ବିଲୋପ ଆନ୍ଦୋଳନର ମହାନ୍ ଯୋଦ୍ଧା, ସାମାଜିକ ନ୍ୟାୟର ଆନ୍ଦୋଳନ ର ମୁଖ୍ୟ ପ୍ରବକ୍ତା । ମନସ୍ମୃତି ଦହନ କରିବାରେ ପ୍ରଥମ ବ୍ୟକ୍ତି । ଶାସକ ଶ୍ରେଣୀ ଏହି ବର୍ଗକୁ ଶୋଷଣ କରିବା ପାଇଁ ବ୍ୟବହାର କରି ଆସୁଅଛି। ଅମାନବୀୟ ଜାତିପ୍ରଥା ବିରୋଧରେ ସଂଘର୍ଷ କରିବା ପାଇଁ ଆମ୍ବେଦକର ଯେଉଁ ସଂଘର୍ଷ କରୁଥିଲେ ଆଜି ମନୁବାଦୀ ମାନେ କ୍ଷମତା କୁ ଆସି ସମ୍ବିଧାନ ଉପରେ ନଗ୍ନ ଆକ୍ରମଣ କରୁଛନ୍ତି। ଏହା ବିରୁଦ୍ଧରେ ସଚେତନତା ସୃଷ୍ଟି କରି ଶିକ୍ଷିତ ହୁଅ, ସଂଗଠିତ ହୁଅ ଏବଂ ସଂଘର୍ଷ କରିବା ପାଇଁ ଆହ୍ବନ ଦେଇଥିଲେ। ମହିଳା ନେତ୍ରୀ ମନୀଷ କୁମାର ମହିଳା ମାନେ ନିର୍ଭୟରେ ସଂଘର୍ଷ ବ୍ରତୀ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏହି ସଭାରେ ସୁଧୀର ନାୟକ, ବିଶ୍ବ ଭୂଷଣ ବିଷୋୟୀ, ରବିନ୍ଦ୍ର ନାହକ, ତପନ ନାହକ, ମୀରାବାଇ ନାହକ, ରମେଶ ଚନ୍ଦ୍ର ନାୟକ, ପୂଜା ଦାଶ, ପ୍ରିୟଙ୍କା ନାହକ ଆଦି ଶତାଧିକ ଆମ୍ବେଦକରବାଦୀ ଉପସ୍ଥିତ ଥିଲେ ।