April 28, 2026

ଜିଲ୍ଲା ପ୍ରଶାସନ ଦ୍ବାରା ଡଃ ଭି. ଆର୍. ଅମ୍ବେଦକରଙ୍କ ଜୟନ୍ତୀ ପାଳିତ

IMG-20230414-WA0015
Share

କୋରାପୁଟ, ୧୪/୪, ହରିଶ କୁମାର ପଟନାୟକ

କୋରାପୁଟ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ଡଃ ବି. ଆର୍. ଆମ୍ବେଦକରଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି।ସ୍ଥାନୀୟ ବିଧାୟକ ଶ୍ରୀ ରଘୁରାମ ପଢାଲ ଜ଼ିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ସସ୍ମିତା ମେଲକା. ଏସ ଡ଼ି ସି ଅଧ୍ୟକ୍ଷଚନ୍ଦ୍ରସେଖେର ମାଝୀ. ପୂର୍ବତନ ବିଧାୟକ ନିମାଇଁ ସରକାର. ଅତରିକ୍ତ ଜ଼ିଲ୍ଲା ପାଳ ଶ୍ରୀ ରାଜେନ୍ଦ୍ର ମାଝୀ. ଭଗବାନ ବାହିନୀପତି. ସତ୍ୟ ମହାନ୍ତି ଙ୍କ ସମେତ ଅନେକ ବୁଦ୍ଧିଜୀବୀ, ସାହିତ୍ୟିକ, ସମାଜସେବୀ, ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ପୂର୍ବାହ୍ନ ୯ ଘଣ୍ଟା ସମୟରେ ସ୍ଥାନୀୟ ଆମ୍ବେଦକର ପାର୍କରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିବା ବେଳେ ୯ଟା ବାଜି ୩୦ ମିନିଟ ସମୟରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ବିଭିନ୍ନ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିବା ଜଣାପଡିଛି । ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା