ଉମରକୋଟ ରେ ଡ଼.ଭୀମ ରାଓ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳିତ………..

ଉମରକୋଟ :-(ଏମ୍ .ଦିନା°ଶୁ ଆଚାରୀ) ଉମରକୋଟ ସହର ରେ ଆଜି ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି ଡ଼ ଭୀମ ରାଓ ଆମ୍ବେଦକର ଙ୍କ।ଉମରକୋଟ ସହରର ଡି ଏନ କେ, ଗୋପବନ୍ଧୁ ଛକ ଠାରୁ ଏକ ରାଳି ବାହାରି ଥିଲେ ଏସ ସି/ଏସ ଟି ବର୍ଗ ର ଆମ୍ବେଦକର ବାଦି ମହିଳା ଓ ପୁରୁଷ।ଏହି ରାଲି ସହର ପରିକ୍ରମା କରିଥିଲେ ଓ ନୂତନ ବସ୍ ଷ୍ଟାଣ୍ଡ ରେ ଥିବା ବାବସହେ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି “ଜୟ ଭୀମ ଜୟ ସମ୍ବିଧାନ” ର ନାରାବାଜି ଦେଇଥିଲେ ଏଵଂ ପୁରୁଣା ବସ୍ ଷ୍ଟାଣ୍ଡ ରେ ଥିବା ସ୍ବାଧୀନ ସଂଗ୍ରାମୀ ରବି ସିଂ ମାଝି ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଚୁନିଲାଲ ମିର୍ଦ୍ଧା,ଗଙ୍ଗା ଧର କଚିମ୍ , କୈଳାସ ନାୟକ ଓ କାମଳ ଗାଇନ୍ ଙ୍କ ସହ ପ୍ରାୟ ୧୫୦ ରୁ ଅଧିକ ଆମ୍ବେଦକର ବାଦି ଯୋଗଦାନ ଦେଇଥିଲେ ।