ଉମରକୋଟ ର ପୂର୍ବତନ ନେଭି ଅଧିକାରୀ ଗୋଲ୍ଡ ସ୍ମିଥ୍ ଆଉ ନାହାନ୍ତି…….

IMG-20260509-WA0066
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ର ଜଣାଶୁଣା ନେଭି ଅଧିକାରୀ ଗୋଲ୍ଡ ସ୍ମିଥ୍ ଙ୍କ ଦେହାନ୍ତ ହେଇ ଯାଇଛି। ମୃତ୍ୟ ବେଳକୁ ୩୬ ବର୍ଷ ହେଇ ଥିଲା।।ସେ ନେଭି ରେ ୧୫ ବର୍ଷ ଚାକିରି କରି ଅବସର ନେବା ପରେ ୪ ବର୍ଷ ହେଲା ଉମରକୋଟ ଦାଡ଼ିଗୁଡା ଠାରେ ଏ ଜି ଆର ଏକାଡେମୀ ନାଁରେ ଏକ ସ୍ଵୀମିଂ ପୂଲ୍ କରି ଯୁବକ ଯୁବତୀ ମାନଙ୍କୁ କରି ପହର। ଶିକ୍ଷା ପ୍ରଦାନ କରିବା ସହ ଯୁବକ ଯୁବତୀ ମାନଙ୍କୁ ଶାରିରୀକ କ୍ରୀଡା ତାଲିମ ପ୍ରଦାନ କରୁଥିଲେ। ସୁସ୍ଥ ସବଳ ଥିବା ଗୋଲ୍ଡ ସ୍ମିଥ୍ ଙ୍କୁ ୭ ତାରିଖ ଦିନ ପେଟ ବଥ। ହେବ।ପରେ ଔଷଧ ଖାଇବା ପରେ ବଥ। ବନ୍ଦ ନ ହେବାରୁ ବିଶାଖାପାଟଣା ଯାଇ ଏକ ଘୋରଇ ହସ୍ପିଟାଲ ରେ ଚିକିତ୍ସିତ ହେଉ ଥିଲେ। ଆଜି ଦିନ ୨ ଟା ବେଳେ ଚିକିସ୍ୟା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗୋଲ୍ଡ ସ୍ମିଥ୍ ଙ୍କ ସ୍ତ୍ରୀ ଓ ଛୋଟ ଝିଅ ଅଛନ୍ତି।ତାଙ୍କ ମୃତ୍ୟୁ ଖବର ଉମରକୋଟ ଠାରେ ପହଂଚିବା ପରେ ସମଗ୍ର ଉମରକୋଟ ସହରରେ ଶୋକ ର ଛାୟା ଖେଳି ଯାଇଛି। ଗୋଲ୍ଡ ସ୍ମିଥ୍ ଜଣେ ନମ୍ର ସ୍ୱଭାବର ବ୍ୟକ୍ତି ଭାବେ ଖ୍ୟାତି ଥିବ। ସହ ଜଣେ ମିଷ୍ଠ ଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ଉମରକୋଟ ରେ ଖ୍ୟାତି ଥିଲା।