May 10, 2026

 ଓଡ଼ିଆ ନବବର୍ଷ ଉପଲକ୍ଷେ ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବି ମା ଶାରଳା ଙ୍କ ପୀଠ ରେ ଭଜନସନ୍ଧ୍ୟା ।

IMG-20250414-WA0067
Share

 

ତିର୍ତୋଲ ତା ୧୪/୦୪/୨୦୨୫

 

ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ଠାରେ ଗତ ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଝାମୁଯାତ୍ରା ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ରବିନ୍ଦ୍ର ପାଠାଗାର ଆନୁକୁଲ୍ୟ ରେ ଭୁବନେଶ୍ୱର ଭଜନ ଧାରା ର କୁଶଳୀ ଖ୍ୟାତନାମା କଣ୍ଠଶିଳ୍ପୀ ମାନଙ୍କୁ ନେଇ ଏକ ଭଜନ ସନ୍ଧ୍ୟା କାର୍ଯକ୍ରମ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ ପାଢ଼ୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପବିତ୍ର କୁମାର , ସୁଶ୍ରୀ ତନ୍ମୟୀ , ପଦ୍ମଜା ସ୍ୱାଇଁ ପ୍ରମୁଖ ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ସୁମଧୁର ଭକ୍ତି ସଙ୍ଗୀତ ର ସୁର୍ ଝଙ୍କାର ରେ ଝଙ୍କଡ଼ ସାରଳା ପୀଠ ଝଙ୍କୃତ ହୋଇ ଉଠିଥିଲା । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିଲା । ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ କନକ ପୁର ରବିନ୍ଦ୍ର ପାଠାଗାର ର କର୍ମକର୍ତ୍ତା ନାରାୟଣ ପ୍ରସାଦ ଜେନା, ସତ୍ୟଭୂଷଣ ଦାସ , ପ୍ରଦୀପ୍ତ କୁମାର ଲେଙ୍କା , ସଞ୍ଜୟ ମହାନ୍ତି , ଅରୁଣ ମହାପାତ୍ର ପ୍ରମୁଖ ପ୍ରତିବର୍ଷ ପରିଚାଳନା କରି ଆସୁଥିବା ବେଳେ, ଚଳିତ ବର୍ଷ ଏହି ସାଂସ୍କୃତିକ ମଞ୍ଚକୁ ଯୁବସଙ୍ଗୀତ ନିର୍ଦ୍ଦେଶକ ଅରୁଣ କୁମାର ସମସ୍ତ କଳାକାର ମାନଙ୍କୁ ଆମନ୍ତ୍ରଣ କରିଥିଲେ। ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଥିଲେ ତରଙ୍ଗ ପ୍ରଯୋଜନା ମୁଖ୍ୟ ଦେବୀଦତ୍ତ ମହାନ୍ତି। ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ସମସ୍ତ କଳାକାର ମାନଙ୍କୁ ମାଆଙ୍କ ପଣତକାନି ଅର୍ପଣ କରିଥିବାର ଦେଖିବାକୁ ମିଳିଥିଲା ।

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।