May 10, 2026

କନିମୂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୁଲ୍ୟରେ ଆୟୁଷ୍ମାନ ଓ ଗୋପବନ୍ଧୁ ସ୍ବାସ୍ଥ୍ୟଵୀମା ଯୋଜନା ର ଶୁଭାରମ୍ଭ l                     

IMG-20250411-WA0101
Share

ତିର୍ତ୍ତୋଲ

 

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ସ୍ୱାସ୍ଥ୍ୟ ଅଧିକାରୀ ତଥା ନୋଡାଲ ଅଫିସର ଡଃ. ମୃତ୍ୟୁଞ୍ଜୟ ବେହେରାଙ୍କ ତତ୍ୱାବଧାନରେ ଆୟୁଷ୍ମାନ ଓ ଗୋପବନ୍ଧୁ ସ୍ବାସ୍ଥ୍ୟ ଵୀମା ଯୋଜନାର ଶୁଭାରମ୍ଭ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ବାୟା ଅବଧୂତ ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆ ପରିସରରେ ଏକ ସୁସଜ୍ଜିତ ସଭାମଞ୍ଚ ର ଆୟୋଜନ କରାଯାଇଥିଲା l ଏହି ମଞ୍ଚରେ ଆମନ୍ତ୍ରିତ ଅତିଥିମାନେ ଥିଲେ କନିମୂଳ ସରପଞ୍ଚ ଅନୁସୟା ମହାନ୍ତି, ସମିତି ସଭ୍ୟ ବସନ୍ତ କୁମାର ମହାପାତ୍ର, ଦାଇଁଲୋ ପଞ୍ଚାୟତ ର ସରପଞ୍ଚ ଅନିତା ବାରିକ,ଡଃ.ସ୍ନିଗ୍ଧା ବିଶ୍ୱାଳ l ଅତିଥି ମାନଙ୍କୁ ପୁଷ୍ପଗୁଛ, ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯିବା ସହିତ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l ତତ୍ପରେ ବେଦଧ୍ୱନି ମଧ୍ୟରେ ଶ୍ରୀଜଗନ୍ନାଥ ଙ୍କ ଫଟୋ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ମଞ୍ଚ ଉଦଘାଟନ କରାଗଲା ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆୟୁଷ୍ମାନ ଓ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଉପରେ ସବିଶେଷ ତଥ୍ୟଭିତ୍ତିକ ମନ୍ତବ୍ୟ ପ୍ରଦାନ କରାଯାଇ ଥିଲା l ଏହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ମହମ୍ମଦ ଜୁନେଦ,ଅମିତ ବେହେରା, କାଜଲ ବେହେରା,ତେଜସ୍ୱିନୀ ସାହୁ,ନିବେଦିତା ବିଶ୍ୱାଳ, ଲୋଭାରାଣୀ ଘଡେଇ,ଆଶା ଓ ଅଙ୍ଗନୱାଡି କର୍ମୀ ମାନେ l ଗୋପାଳପୁର, ଦାଇଁଲୋ ଏବଂ କନିମୂଳ ପଞ୍ଚାୟତ ର ଶତାଧିକ ମହିଳା ଓ ପୁରୁଷ ଉକ୍ତ ସଭାରେ ଯୋଗ ଦେଇଥିବା ବେଳେ,କଟକ ବାଲିଯାତ୍ରା ପଡ଼ିଆ ରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ସମେତ ବହୁ ନାମିଦାମୀ ନେତୃବୃନ୍ଦ ମାନଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ର ଆଭାସୀ ଉଦଘାଟନର ସିଧା ପ୍ରସାରଣ, ଉପସ୍ଥିତ ବ୍ୟକ୍ତି ମାନଙ୍କ ପାଇଁ ପ୍ରଦର୍ଶନ କରାଯାଇ ଥିଲା । ଏହି ଅବସରରେ ତିନିଗୋଟି ପଞ୍ଚାୟତର ଯୋଗ୍ୟ ହିତାଧିକାରୀ ମାନଙ୍କ ମଧ୍ୟରୁ ସୃତିରେଖା ସେଠୀ, ସୁଭାଷିନୀ ବେହେରା, ସଞ୍ଜୟ ସାମଲ, ଅଲେଖ ସାହୁ,ସୁଶ୍ରୀସଂଗୀତା ଗୋଛାୟତ, ବୈଜୟନ୍ତୀ ସେଠୀ, ଟହଲି ବେହେରା,ଚନ୍ଦ୍ରମଣି ଉତ୍ତରସିଂହ ମହାପାତ୍ର, ପ୍ରିୟଙ୍କା ଓଝା, ରୁନି ଜେନା ପ୍ରମୁଖ ୧୦ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ସ୍ବାସ୍ଥ୍ୟବୀମା ଡେମୋ ପ୍ରଦାନ କରାଯାଇ ଥିଲା । ପରିଶେଷରେ ଏହି ଉପଲକ୍ଷେ, ପ୍ରଚାର ରଥକୁ ତିନି ପଞ୍ଚାୟତର ସରପଞ୍ଚ ଅନିତା ବାରିକ, ଅନୁସୟା ମହାନ୍ତି ଓ ସମିତିସଭ୍ୟ ବସନ୍ତ କୁମାର ମହାପାତ୍ର,କନିମୂଳ ସ୍ୱାସ୍ଥ୍ୟକେନ୍ଦ୍ର ର ସ୍ୱାସ୍ଥ୍ୟ ଅଧିକାରୀ ଡଃ. ବେହେରା ଙ୍କ ସମେତ ସମସ୍ତ ଆମନ୍ତ୍ରିତ ଅତିଥିମାନେ ପତାକା ହଲାଇ ଉଦଘାଟନ କରିଥିଲେ ।

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।