May 10, 2026

ଇନ୍ସୁରାନ୍ସ ରେ ସାମିଲ, ପୁରୁଣା ହାରରେ ପେନସନ  ଦାବୀ କଲେ ଛତ୍ରପୁର ହସ୍ପିଟାଲ କର୍ମଚାରୀ 

IMG-20250411-WA0102
Share

 

ଛତ୍ରପୁର-୧୧/୪/୨୫(ଅରୁଣ କୁମାର ପଣ୍ଡା )ସରକାରୀ କର୍ମଚାରୀ ଙ୍କୁ ଇନ୍ସୁରାନ୍ସ ରେ ସାମିଲ ସହ ପୁରୁଣା ହାରରେ ପେନସନ ପ୍ରଦାନ କରିବାକୁ ଛତ୍ରପୁର ହସ୍ପିଟାଲ ର ସରକାରୀ କର୍ମଚାରୀ ମାନେ ଦାବୀ କରିଛନ୍ତି ଏନେଇ ଶୁକ୍ରବାର ହସ୍ପିଟାଲ ର ସରକାରୀ କର୍ମଚାରୀ ମାନେ ପ୍ଲାକାର୍ଡ ଧରି ଦାବୀ ଉପସ୍ଥାପନ କରିଥିଲେ ଏମାନଙ୍କ କହିବାନୁଯାୟୀ ରାଜ୍ୟ ସରକାର ଆଜି ଐତିହାସିକ ପଦକ୍ଷେପ ନେଇଛନ୍ତି ଯାହାକି ଓଡ଼ିଶାର ସମସ୍ତ ଲୋକଙ୍କ ପାଇଁ ଆୟୁସ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ର ଶୁଭାରମ୍ଭ କରିଛନ୍ତି ।ଯାହାକି ସ୍ଵାଗତ ଯୋଗ୍ୟ।କିନ୍ତୁ ଏଥିରୁ ସମସ୍ତ 5 ଲକ୍ଷ୍ ସରକାରୀ କର୍ମଚାରୀ ଏବଂ 3 ଲକ୍ଷ୍ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ବାଦ ଦିଆଯାଇଛି। 70 ବର୍ଷ ଏବଂ ତା ଠାରୁ ଅଧିକ ବୟସର କର୍ମଚାରୀଙ୍କ କ୍ଷେତ୍ରରେ ସରକାର ଏହା ଲାଗୁ କରିଛନ୍ତି ।କିନ୍ତୁ ଏହା ସମସ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରିବା ପାଇଁ ଜିଲ୍ଲା ତଥା ରାଜ୍ୟର ସମସ୍ତ କର୍ମଚାରୀ ଏକ ଡିଜିଟାଲ କ୍ୟାମ୍ପେନ କରିଥିବା ସୂଚନା ଦେଇଛନ୍ତି