May 10, 2026

ଉମରକୋଟ ଅନ୍ତର୍ଗତ ଗୋତିଗୁଡା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ……..

IMG-20250328-WA0009
Share

 

ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ) ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋତିଗୁଡା ଠାରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାତୀ ଦେବନାଥ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ

ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଅଶୋକ ପାଢୀ, ବରେଣ୍ୟ ଅତିଥି ଭାବେ ସହରାଞ୍ଚଳ ଅଧ୍ୟକ୍ଷା ଶ୍ରୀମତୀ ରାଧା ଭତ୍ରା, ମୁଖ୍ୟବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେ଼ମୀ ପ୍ରାକ୍ତନ ସଦସ୍ୟ ଶ୍ରୀ ବଲ୍ଲଭ ରାଉତ, ସ୍ବତନ୍ତ୍ର ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ଵର ଚନ୍ଦ୍ର ମାଝୀ, ବିଶିଷ୍ଟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପୁରୁଷୋତ୍ତମ ମାଝୀ, ସମ୍ମାନିତ ଅତିଥି ଭାବେ ସର୍ବଶ୍ରୀ କାଉନସିଲର ଶ୍ରୀ ଚିତ୍ତରଞ୍ଜନ ପାତ୍ର, ପୂର୍ବତନ କାଉନସିଲର ଶ୍ରୀ ହେମନ୍ତ କୁମାର ଜେନା, ବିଦ୍ୟାଳୟ ସଭାପତି ଶ୍ରୀମତୀ ସୁଶୀଳା ଗୈାଡ, ଆଞ୍ଚଳିକ ସାଧନ ସଂଯୋଜକ ଶ୍ରୀ ହେମନ୍ତ କୁମାର ସାହୁ ଯୋଗ ଦେଇ ଶିକ୍ଷାର ମାନବୃଦ୍ଧି ନିମନ୍ତେ ନିଜ ନିଜର ବହୁମୂଲ୍ୟ ମତ ରଖିଥିଲେ। ମଞ୍ଚ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସହକାରୀ ଶିକ୍ଷକ ଶ୍ରୀ ବାବୁରାମ ପାତ୍ର। ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ସର୍ବଶ୍ରୀ ଜ୍ୟୋସ୍ନା ରାଣୀ ମୁରାରୀ, ଜ୍ୟୋସ୍ନା ମଜୁନଦାର,ବକୁଳ ମିସ୍ତ୍ରୀ ଓ ଗୋଦାବରୀ ଏଲିଜାବେଥ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ସମାଜ ସେବୀ ଶ୍ରୀ ସୁବାସ ଚନ୍ଦ୍ର ବିଷୋୟୀ ତଦାରଖ କରିଥିଲେ।