କାଉନସିଲରଙ୍କ ଅଭିଯୋଗ କୁ ଖଣ୍ଡନ କଲେ ଏନଏସି ଉପାଧ୍ୟକ୍ଷ ଆହେସାନ ଖାଁ

ବାଲେଶ୍ୱର(ଶେଖ୍ ନଜିମ୍): ଗୁରୁବାର ରେମୁଣା ଏନ୍.ଏ.ସି. ଉପାଧ୍ଯକ୍ଷ ଆୟେସାନ୍ ଖାଁଙ୍କ ଅଧ୍ଯକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ରେମୁଣା ବଜାର ସ୍ଥିତ ଏକ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ରେମୁଣା ନୂତନ ଏନ୍.ଏ.ସି. ହେବାପରେ ପୁରୁଣା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଟିର ଗୋଟିଏ ଘର ମିଶନଶକ୍ତି କ୍ଷୀରଚୋରା ଆଞ୍ଚଳିକ ସଂଘର କାର୍ଯ୍ୟାଳୟରୂପେ ବ୍ୟବହୃତ ହେଉଥିବାବେଳେ ଅନ୍ୟଘରଟିରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ହୋଇଆସୁଥିଲା । ଘରଟି ଅତନ୍ତ୍ଯ ଛୋଟ ହେଉଥିବାରୁ ଭତ୍ତା ବଣ୍ଟନ କାର୍ଯ୍ୟକୁ ନୂତନ ପଞ୍ଚାୟତ କାର୍ଯ୍ୟାଳକୁ ସ୍ଥାନାନ୍ତରିତ ହୋଇଥିଲା ଏବଂ ଉକ୍ତ ରୁମ୍ଟି ଖାଲି ପଡିଥିଲା । ଏହି ସମୟରେ ଦୀଲିପ କୁମାର ପୋଥାଳ ନାମକ ଜଣେ ଡିଲରଙ୍କ ମୃତ୍ୟୁ ହେବାରୁ ଶ୍ରୀଦେବେନ୍ଦ୍ର ଦାସଙ୍କୁ ପି.ଡି.ଏସ. ଚାଉଳ ବଣ୍ଟନ ଦାୟିତ୍ଵ ଟେକ୍ କରାଯାଇଥିଲା । ତାଙ୍କ ବଣ୍ଟନ ସେଣ୍ଟାରଟି ୯ ଓ ୧୦ ନମ୍ବର ୱାର୍ଡ ଠାରୁ ଦୂରର ଥିବାରୁ ଖାଉଟିମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇ ବିଭିନ୍ନ ସମୟରେ ଅଭିଯୋଗ କରିଆସୁଥିଲେ । ଏ ବାବଦରେ ଡିଲର ପ୍ରଥମେ ୯ ନମ୍ବର ୱାର୍ଡର କାଉନ୍ସିଲରଙ୍କୁ ଜଣାଇଥିଲେ ମଧ୍ୟ ସେ କର୍ଣ୍ଣପାତ କରିନଥିଲେ । ପରବର୍ତି ସମୟରେ ସେ ୧୦ ନମ୍ବର କାଉନ୍ସିଲର ତଥା ଉପାଧ୍ୟକ୍ଷ ଶ୍ରୀ ଖାଁ ଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀ ଖାଁ ତାଙ୍କୁ ଏହାଏକ ସରକାରୀ ଘର ହୋଇଥିବାରୁ ତତ୍କାଳୀନ ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧୂକାରୀଙ୍କ ସହ ପରାମର୍ଶ କରିବା ପାଇଁ କହିଥିଲେ । ପରବର୍ତ୍ତି ସମୟରେ ସେ ତାଙ୍କର ସହ ଯୋଗାଯୋଗ କରି ଉକ୍ତ ସ୍ଥାନରେ ପି.ଡି.ଏସ୍. ଚାଉଳ ବଣ୍ଟନ କରିଆସୁଥିଲେ ଏବଂ ଖାଉଟିମାନେ ଖୁବ୍ ସୁବିଧାରେ ତାଙ୍କର ଜିନିଷ ପାଇପାରୁଥିଲେ । କିନ୍ତୁ ଗତ ମାର୍ଚ୍ଚ ୧୩ ତାରିଖ ୯ ନମ୍ବର ୱାର୍ଡର କାଉନ୍ସିଲର ଶ୍ରୀମତୀ ମିନାକ୍ଷୀ ବେହେରା ଏକ ରାଜନୈତିକ ଆକ୍ରୋସ ରଖି ତାଙ୍କ ସ୍ଵାମୀ ଓ କେତେକ ଦଳିୟକର୍ମୀଙ୍କୁ ନେଇ ଉକ୍ତ ପଞ୍ଚାୟତ ଘରେ ବେଆଇନ୍ ଭାବେ ତାଲା ପକାଇବା ସହ ବଣ୍ଟନ କାର୍ଯ୍ୟରେ ବାଧା ସୃଷ୍ଟିକରି ଉପାଧ୍ଯକ୍ଷ ଉକ୍ତ ରୁମ୍ର ଭଡ଼ାନେଉଛନ୍ତି ବୋଲି ଏକ ଭିତ୍ତିହୀନ ମିଥ୍ୟା ବିବୃତ୍ତି ଏକ ୟୁ-ଟୁବ୍ ଚେନାଲ ନିକଟରେ ପ୍ରଦାନ କରିଥିଲେ । ୪ ନମ୍ବର ୱାର୍ଡର ନରେନ୍ଦ୍ର ବେହେରା (ବାଘୁଆ) ଓ କାଉନ୍ସିଲରଙ୍କ ସ୍ଵାମୀ ମଧ୍ୟ ସମାନ ବିବୃତ୍ତି ରଖୁଥିଲେ ଯାହାକି ସମ୍ପୂର୍ଣ ମିଥ୍ୟା, ଭିତ୍ତିହୀନ ଓ କପଳକଳ୍ପିତ ଅଟେ । ଏହି ଘଟଣାର କିଛି ସମୟପରେ କାର୍ଯ୍ୟନିର୍ବାହୀ ଅଧୂକାରୀ ଡିଲରକୁ ଡାକି ସମସ୍ତ ସତ୍ୟଘଟଣା ଜାଣିବାପରେ ପୁଣି ତାଙ୍କୁ ଚାବିକାଠି ହସ୍ତାନ୍ତର କରିବାପରେ ଚାଉଳ ବଣ୍ଟନ ସ୍ଵାଭାବିକ ହୋଇଥିଲା । ପ୍ରକାଶଥାଉକି ଉପାଧ୍ୟକ୍ଷ ଶ୍ରୀ ଖାଁ ଙ୍କର ଉକ୍ତ ଘର ଭଡ଼ା ଦେବାରେ କୌଣସି ସମ୍ପୃକ୍ତି ନାହିଁ କିମ୍ବା ଉକ୍ତ ଘରବାବଦକୁ କୌଣସି ଅର୍ଥରାଶୀ ନେଇନାହାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଏପରି ଭିଭିହୀନ ମିଥ୍ୟା ଅଭିଯୋଗ କରି ତାଙ୍କୁ ବଦନାମ୍ କରିବା ପାଇଁ ଯେଉଁ ସଡଯନ୍ତ୍ର କରିଛି ତାହାକେବେ ସଫଳ ହେବନାହିଁ ବୋଲି ସେ ଉଲ୍ଲେଖ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରେମୁଣା ବ୍ୟବସାୟ ସଙ୍ଘର ଉପ ସଭାପତି ଗୌରାଙ୍ଗ ଚନ୍ଦ୍ର ଦାସ, ରେମୁଣା ପ୍ରାଥମିକ ଶିକ୍ଷକ ସଂଘ ର ପୂର୍ବତନ ସମ୍ପାଦକ ପ୍ରଦୀପ କୁମାର ବେହେରା ଙ୍କ ସମେତ ରେମୁଣା ଏନଏସି ର ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ।