May 10, 2026

ଆସୁନାହିଁ ଟ୍ରାଗେଟ୍,ଅନ୍ନଦାତା ଆଖିରେ ଲୁହ

IMG-20250323-WA0004
Share

 

 

 

ହାଟଡିହି ତା ୨୨/୦୩ : ଆସୁନାହିଁ ଟ୍ରାଗେଟ୍ ବହୁ କଷ୍ଟରେ ଉପାର୍ଜନ କରିଥିବା ବର୍ଷକର ସମ୍ବଳ କୁ ଧାନ ମଣ୍ଡିରେ ରଖି କାନ୍ଦୁଛି ଚାଷି ।ଏପରି ଦୃଶ୍ୟ ଦେଖିବାକୁ ମିଳିଛି।କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ସେବା ସମବାୟ ସମିତି ରେ ଅବସ୍ଥିତ ଶାଳଣିଆଁ ଓ ଡଅଁର ଧାନ ମଣ୍ଡି ରେ।ଏହି ଦୁଇଟି ଧାନ ମଣ୍ଡିରେ ସରକାରଙ୍କ ତରଫରୁ ଚାଷି ଙ୍କ ଠାରୁ ଧାନ କିଣିବାକୁ ଦିନ ଧାର୍ଯ୍ୟ କରାଯାଇ ଥିଲା।କିନ୍ତୁ ଦୁଃଖ ର ବିଷୟ ମାର୍ଚ୍ଚ ମାସ ସରିବାକୁ ବସିଥିଲେ ମଧ୍ୟ ପାଖା ପାଖି ୨୪୫ ଜଣ ଚାଷି ଧାନ ବିକ୍ରୟ ରୁ ବଞ୍ଚିତ ଅଛନ୍ତି।ଏହି ଦୁଇଟି ମଣ୍ଡିର ୨୪୫ ଜଣ ଚାଷିଙ୍କ ଟୋକନ୍ ମୋବାଇଲ୍ କୁ ମେସେଜ୍ ଆସିଥିଲା ।ଫେବ୍ରୁୟାରୀ ରୁ ମାର୍ଚ୍ଚ ମାସ ୧୨; ୧୮!୨୧ ତାରିଖ ମଧ୍ୟରେ ଧାନ ବିକ୍ରୟ ପାଇଁ ସରକାରଙ୍କ ପକ୍ଷରୁ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଧା ଟ୍ରାଗେଟ୍ ନଆସିବାରୁ ଚାଷି ମାନଙ୍କ ମଧ୍ୟରେ ନିରାଶ ର ବାତାବରଣ ଦେଖିବାକୁ ମିଳିଛି।ସେହିପରି ମଣ୍ଡିରେ ପଡିରହିଥିବା ଧାନ ବସ୍ତା ଗୁଡିକ ବର୍ଷାରେ ଭିଜି ଗଜା ହେବା ସହିତ ଷେଣ୍ଢ ଛେଳି ଖାଉଛନ୍ତି।ଶନିବାର ସୁଦ୍ଧା ଦୁଇଟି ମଣ୍ଡିରେ ୨୪୫ ଟୋକନ୍ କୁ ୮୮୦୦ କ୍ୟୁଇଣ୍ଟାଲ୍ ବିକ୍ରୟ କରିବାକୁ ଆବଶ୍ୟକ ଥିବାବେଳେ ମାତ୍ର ସରକାରଙ୍କ ତରଫରୁ ୫୦୦ କ୍ୟୁଇଣ୍ଟଲ କିଣିବାକୁ ଟ୍ରାଗେଟ୍ ଆସିଛି ଏହା ସମୁଦ୍ରକୁ ଶଙ୍ଖେ ଭଳି ଡଅଁର ସେବାସମବାୟ ସମିତିର ସମ୍ପାଦକ ଉମାକାନ୍ତ ନାୟକ କହିଛନ୍ତି।ବର୍ଷକର ହାଡଭଙ୍ଗା ପରିଶ୍ରମ କରି ଉପାର୍ଜନ କରିଥିବା ଶେଷ ସମ୍ବଳ କୁ ଯଦି ଚାଷି ମାନେ ହରାଇବେ ତେବେ ଆଗାମି ଦିନରେ ରାଜରାସ୍ତା କୁ ଓହ୍ମାଇବାକୁ ଚାଷି ବାବାଜୀ ତ୍ରିପାଠୀ,ପ୍ରଣବ ପତି,ଧନେଶ୍ବର କର,ମଧୁସୂଦନ ମହାପାତ୍ର ,ପ୍ରଶାନ୍ତ ଚଇନି ସମେତ ଶତାଧିକ ଚାଷି ମତବ୍ୟକ୍ତ କରିଛନ୍ତି।