March 22, 2025

ପୁରୀରେ ଚାରୋଟି ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ ପଖାଳ ଦିବସ ପାଳନ କରାଯାଇଛି ..

Share

ଆଜି ବିଶ୍ୱ ପଖାଳ ଦିବସ ଅବସରରେ ପୁରୀ ସହରର ଚାରୋଟି ଅଗ୍ରଣୀ ଅନୁଷ୍ଠାନ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ, ସଙ୍ଗଶ୍ରୀ ଫାଉଣ୍ଡେସନ, ଜୟ ଜଗନ୍ନାଥ ଫାଉଣ୍ଡେସନ, ଶ୍ରୀଧାମ କଲଚୁରାଲ ଫାଉଣ୍ଡେସନ ର ସମସ୍ତ ସଦସ୍ୟ ସଦସ୍ୟା ମିଶି ଲୋକନାଥ ରୋଡ଼ ଛପନ ଛକଠାରେ ଥିବା ଜିଲ୍ଲା ଖଣ୍ଡାୟତ କଲ୍ୟାଣ ମଣ୍ଡପ ଠାରେ ବିଶ୍ୱ ପଖାଳ ଦିବସ ଧୂମଧାମ ର ସହିତ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ ର ଅଧକ୍ଷା ସବିତା ମିଶ୍ରଙ୍କ ତତ୍ୱାବଧାନ ରେ ଅରୁଣିମା ନନ୍ଦ, ଝାନ୍ସୀ ମିଶ୍ର ଙ୍କ ସହିତ ଚାରୋଟି ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ମିଶି ମହାଡ଼ମ୍ବରରେ ପାଳନ କରିଛନ୍ତି l ଆଜି ଗୁରୁବାର ହୋଇଥିବାରୁ ବିନା ପିଆଜ ରସୁଣରେ ଶୁଦ୍ଧ ସାକାହାରୀ ଦହି ପଖାଳ ସହିତ ସିଝା ଡାଲି, ପଣସ ପକୋଡା, ବାଇଗେଣୀ, ଶାଗ, ବଡ଼ିଚୁରା, ଆଲୁକସା, ଭେଣ୍ଡି ରାଇତା, କାକୁଡି ସାଲାଟ, ଆଳୁ ବାଇଗଣ ଚଟଣି, ଧନିଆ ଚଟଣି, ଟମାଟ ଚଟଣି, କଲରା ଭଜା ସହିତ ଆମ୍ବ ଚଟଣି କରି ଶତାଧିକ ମହିଳା ଏହି ପଖାଳ ଦିବସକୁ ନିଜ ପିଲାମାନଙ୍କ ସହିତ ମିଶି ପାଳନ କରିଥିଲେ l ଏହି ପଖାଳ ଦିବସରେ ସାମ୍ବାଦିକ ରମେଶ ସାହୁ, ସାମ୍ବାଦିକ ପ୍ରଣବ ପ୍ରଧାନ, ସାମ୍ବାଦିକା ସୁମିତ୍ରା ସାହୁ ଙ୍କ ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ପାଳନ କରିବା ସହିତ ଟିଭି ଏବଂ ସିରିଏଲ ଅଭିନେତ୍ରୀ ମାମାଲି ମିଶ୍ର ଏହି ପଖାଳ ଦିବସକୁ ମହାଡ଼ମ୍ବରରେ ପାଳନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ