May 10, 2026

ମା ରାମଚଣ୍ଡୀଙ୍କ ପୀଠରେ ଐତିହାସିକ ଦୋଳ ଉତ୍ସବ ଅନୁଷ୍ଠିତ। 

IMG-20250320-WA0047
Share

 

 

ବେଗୁନିଆ,(ଉପାନ୍ତ ଖବର): ଓଡ଼ିଆ ପରମ୍ପରା ରେ ଦୋଳପର୍ବ ଏକ ଅନ୍ୟତମ ପର୍ବ । ବେଗୁନିଆ ବ୍ଲକ ର ପ୍ରାୟ ସମସ୍ତ ଅଞ୍ଚଳରେ ଦୋଳ ଉତ୍ସବ ପାଳନ ହୋଇଯାଇଛି। ସେହିପରି ପ୍ରତିବର୍ଷ ଭଳି ଚଳିତ ବର୍ଷ ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତୀର ପଞ୍ଚାୟତ ର ମା ରାମଚଣ୍ଡୀଙ୍କ ପୀଠରେ ଐତିହାସିକ ଦୋଳଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଦୋଳ ମହୋତ୍ସବ ଦୁଇଦିନ ଧରି ମହାଆଡ଼ମ୍ବରରେ ପାଳିତ ହେଉଛି । ଆଜି ଏହି ମେଳଣ ପଡ଼ିଆଟି ହୋଇଯାଇଛି ଉତ୍ସବମୁଖର । ଏ ଅଞ୍ଚଳର ଜନସାଧାରଣ ମନରେ ନାହିଁ ନଥିବା ଉତ୍ସାହ । ଦୋଳ ମହୋତ୍ସବ କୁ ପାଳନ କରିବା ପାଇଁ ବିଜେ ମଣ୍ଡପର ଦୋଳବିମାନରେ ଏ ବାରପଲ୍ଲୀ ଅଞ୍ଚଳର ୬୦ରୁ ଉର୍ଦ୍ଧ୍ବ ଠାକୁର । ମେଳଣ ପଡ଼ିଆରେ ବିଜେ ମଣ୍ଡପରେ ବିରାଜମାନ କରିଛନ୍ତି ଥାନପତି ମା ରାମଚଣ୍ଡୀ । ପ୍ରଥମେ ଗ୍ରାମର ଠାକୁର ମାନଙ୍କୁ ଗ୍ରାମର ପ୍ରତ୍ୟେକ ଦୁଆରେ ଭୋଗ ଖୁଆଇସାରି ଗ୍ରାମ ମଝିରେ ଥିବା ଗଜପତି ମହାରାଜାଙ୍କ କଚେରୀ ଦୁଆରେ ଏକତ୍ରିତ କରାଇ ରାଜାଙ୍କ ପାଖରୁ ଆସିଥିବା ଭୋଗ ଲାଗି ହୋଇସାରିଲା ପରେ ମା ରାମଚଣ୍ଡୀ ଙ୍କ ପୀଠକୁ ଶ୍ରୀମହାପ୍ରସାଦ ,ପାନଗୁଆ ,ସାଲୁକନା ଓ ଫଗୁ ଦେଇ ନିମନ୍ତ୍ରଣ ହୋଇ ଆସନ୍ତି । ଏଠାରେ ଢୋଲ , ଘଣ୍ଟ ଓ କୀର୍ତ୍ତନ କରିବା ସହିତ ପାଇକମାନଙ୍କ ଦ୍ୱାରା ପାଇକ ଆଖଡ଼ା ପ୍ରଦର୍ଶନରେ ବାରପଲ୍ଲୀ ର ଠାକୁର ମାନଙ୍କୁ ସ୍ୱାଗତ କରି ଦୋଳବେଦୀ ରେ ବିରାଜମାନ କରାନ୍ତି । ଦୋଳପଡ଼ିଆ ରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଠାକୁରମାନଙ୍କୁ ଦର୍ଶନ କରି ଫଗୁ ପକେଇବା ସହିତ ଦୋଳ ପଡ଼ିଆ ରେ ପଡ଼ିଥିବା ଦୋକାନ ରୁ ବିଭିନ୍ନ ପ୍ରକାର ଜିନିଷ କିଣାକିଣି କରିବାର ମଧ୍ୟ ମଜାନିଅନ୍ତି। ଏହି ଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଦୋଳ କମିଟିର ସଦସ୍ୟ ମାନେ ନିୟୋଜିତ ରହିଥାନ୍ତି ।

 

ରିପୋର୍ଟ-ମାନସ ରଂଜନ କର।