September 19, 2026

ପ୍ରଗତି ମହିଳା ସଂଗଠନ ଆନୁକୁଲ୍ୟରେ ପଖାଳ ଦିବସ ପାଳନ

IMG-20250320-WA0045
Share

 

ପାରଳାଖେମୁଣ୍ଡି:୨୦/୩(ଗରୁଡ ଧ୍ୱଜ ଚୌଧୁରୀ)ଆଜି ପୂର୍ବାହ୍ନରେ ପ୍ରଗତି ମହିଳା ସଂଗଠନ ଆନୁକୁଲ୍ୟରେ ପଖାଳ ଦିବସ ମହା ସମାହାରରେ ପାଳିତ ହୋଇ ଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପୂର୍ବତନ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରି ପ୍ରାୟ ୪୦ ଗୋଟି କବିତାକୁ ସଂଯୋଜନା କରିଥିଲେ। ସଂପାଦିକା ତନୁଜା ଶତପଥୀ ବିବରଣୀ ପାଠ ଦେଇଥିବାବେଳେ ତାନୁଜାଙ୍କୁ ଏକାମ୍ର ରତ୍ନ ସମ୍ମାନ (ଭୁବନେଶ୍ଵରର)ପ୍ରଦାନ କରାଯାଇଥିଲା ।ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ଜିତେନ୍ଦ୍ର କୁମାରପଣ୍ଡା, ମୁଖ୍ୟ ବକ୍ତା ଭାବେ ମନୋଜ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସୁଲତା ଶୁଭଦର୍ଶୀନି,ସ୍ଵତନ୍ତ୍ର ଅତିଥି ଭାବେ ଦୁର୍ଗାପ୍ରସାଦ ପାଢୀଓ ଅତିଥି ଭାବେ ,ହରିମୋହନ ପଟ୍ଟନାୟକ ଲୋକନାଥ ମିଶ୍ର,କଲ୍ପନା ପଟ୍ଟନୟକ,ପ୍ରଭୃତି ମଞ୍ଚାଷୀନ ଥିଲେ। ଏହି ଅବସରରେ ଓଡ଼ିଆ ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ହୋଇଥିଲାଏବଂ ବିଜୟୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା,ସଭା ଆରମ୍ଭରେ ଶୁଭଶ୍ରୀ ଭୁକ୍ତା ପ୍ରାକ୍ ସୂଚନା ଓ ପରିଚୟ ପ୍ରଦାନ କରିଥିଲେ। ସ୍ନେହା ବେହେରା ଧନ୍ୟବାଦ ଦେଇଥିଲେ।ଶେଷରେ ପଖାଳ କଂସା ପଙ୍କ୍ତି ଭୋଜନ ସମସ୍ତେ କରିଥିଲେ।

: