March 12, 2025

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ କରିଦେଲେ ବିଇଓ, ଖବର ନାହିଁ ସାମ୍ବାଦିକଙ୍କୁ..

Share

 

 

କୋଲନରା: ( ସଞ୍ଜୀବ କୁମାର କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକରେ ଦିନକୁ ଦିନ ଶିକ୍ଷା ବିଭାଗ ରେ ମାନମୁଖୀ ଶାସନ ଚାଲିଥିବା ଆଲୋଚନା ହେଉଛି। ବ୍ଲକ ଶିକ୍ଷା ଅଧିକାରୀ ସମସ୍ତ ୧୧ ଗୋଟି କ୍ଲଷ୍ଟର ରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା କାର୍ଯ୍ୟକ୍ରମ ସାରିବା ପରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା କାର୍ଯ୍ୟକ୍ରମ କରିବା କଥା। କିନ୍ତୁ ଗତ ୪ ତାରିଖ ରେ କୋଲନରା କ୍ଲଷ୍ଟରର ନିପୁଣ ଓଡିଶା କାର୍ଯ୍ୟକ୍ରମ ହୋଇଥିଲା। ସେଥିରେ କୋଲନରା କ୍ଲଷ୍ଟର ଏବଂ ବ୍ଲକ ସ୍ତରୀୟ ପୋଗ୍ରାମ ବୋଲି ବ୍ୟାନର ମାରି ଫୋଟ ଉଠାଇ କାମ ସାରି ଦେଲେ ବିଇଓ ମଞ୍ଜୁଲତା ଜେନା।ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ଏହା ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଥିଲା ତେବେ ଏଠାକୁ କଣ ୧୧ ଟି କ୍ଲଷ୍ଟର ର ସି ଆର ସି ସି ଓ ଛାତ୍ର ଛାତ୍ରୀ ଆସିଥିଲେକି ? ଗତ ଦିନରେ ହୋଇଥିବା କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମ ରେ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟ ଏହି ବ୍ଲକ ସ୍ତରୀୟ ରେ ଯୋଗ ଦେଇଥିଲେ କି ? ବିଭାଗ ଅଧିକାରୀ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ କରୁଥିବା ବେଳେ ବ୍ଲକର କୌଣସି ଗଣ ମାଧ୍ୟମ ପ୍ରତିନିଧିଙ୍କୁ ସୂଚିତ କରି ନଥିବା ଏହା ତାଙ୍କର ମନ ମୁଖୀ କାର୍ଯ୍ୟ ନୁହେଁକି ବୋଲି ଆଲୋଚନା ଚାଲିଛି। ଏଠାରେ ଉଲ୍ଲେଖ ଥାଉକି କ୍ଲଷ୍ଟର ସ୍ତରରେ କାର୍ଯ୍ୟକ୍ରମ କରିବାକୁ ଗଣଶିକ୍ଷା ବିଭାଗ ଆର୍ଥିକ ସହାୟତା ଓ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ କୁ ମଧ୍ୟ ଅଲଗା ଭାବେ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ , କୋଲନରା ବ୍ଲକରେ ଏହାର ଖୁଲମ ଖୁଲ୍ଲା ଉଲଂଘନ କରାଯାଇ କିଭଳି କାର୍ଯ୍ୟକ୍ରମ କରାଯାଉଛି ଏହା ତାର ସ୍ପଷ୍ଟ ପ୍ରମାଣ ବୋଲି ଆଲୋଚନା ହେଉଛି। ସେହିପରି ଶିକ୍ଷା ବିଭାଗରେ ବିଇଓ ଙ୍କ ଅଫିସ ମାଧ୍ୟମରେ ହେଉଥିବା କୌଣସି କାର୍ଯ୍ୟକ୍ରମ ରେ ସାମ୍ବାଦିକ ଙ୍କୁ ସୂଚନା ଦିଆଯାଉ ନଥିବା ବେଳେ, ଏହି କାର୍ଯ୍ୟକ୍ରମକୁ ଜଣେ ହେଲେ ସାମ୍ବାଦିକ ଯାଇ ନଥିବା ବିଷୟ ଜଣେ ଶିକ୍ଷକ କହିଥିବା ବେଳେ, ଖବର ପ୍ରସାରଣ କେମିତି ହେଲା ତାହା ଖୋଦ ବିଇଓ ହିଁ କହି ପାରିବେ ବୋଲି ଆଲୋଚନା ହେଉଛି। ବିଇଓ ଦୁଇଟି କାର୍ଯ୍ୟକ୍ରମ କୁ ଗୋଟିଏ କାର୍ଯ୍ୟକ୍ରମରେ ସାରିଦେଇ ଅର୍ଥ ଚଳୁ କରି ଦେଇ ନାହାଁନ୍ତି ତ ବୋଲି ଆଲୋଚନା ହେଉଛି।ଗଣ ମାଧ୍ୟମ କୁ ଡାକିଲେ ଅର୍ଥ ଚଳୁ ହୋଇ ପାରିବ ନାହିଁ ବୋଲି ବୁଦ୍ଧି ଜୀବ ମହଲରେ ଚର୍ଚ୍ଚା ଜୋର ଧରିଛି ।ଏହି ସମ୍ପର୍କରେ ଡିଇଓ ରାମଚନ୍ଦ୍ର ନାହାକ, ବିଇଓ ମଞ୍ଜୁଳା ଜେନା, ବି ଆର ସିସି ଡାଲିମ୍ବ ସୂର୍ଯ୍ୟ ଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।