May 10, 2026

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ନାବାର୍ଡ ଦ୍ବାରା ୧୦ଜଣ ମହିଳା ସମ୍ମାନିତ

IMG-20250307-WA0036
Share

 

ସମ୍ବଲପୁର(ରାଜା ରାମ ଷଡ଼ଙ୍ଗୀ)ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ, ନାବାର୍ଡ ଦ୍ବାରା ଆୟୋଜିତ ଜିଲ୍ଲା ସ୍ତରୀୟ ମହିଳା ଦିବସ ଅବସରରେ କୁଚିଣ୍ଡା,ଆ.ଟି.ଡି.ଏ କନପ୍ରେନ୍ସ ହଲରେ କୁଚିଣ୍ଡା, ବାମରା, ଜମନକିରା, ରେଙ୍ଗାଲି ଏବଂ ମାନେଶ୍ବର ବ୍ଲକ ର ଦଶ ଜଣ ଉଦ୍ୟୋଗୀ ମହିଳାଙ୍କୁସମ୍ମାନିତ କରାଯାଇଅଛି । କୁଚିଣ୍ଡା,ଆ. ଟି.ଡି.ଏ ର ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ହେମସାଗର ଭୋଇ ଙ୍କ ମୁଖ୍ୟ ଅତିଥ୍‌ ରେ ଆୟୋଜିତକାର୍ଯ୍ୟକ୍ରମରେ ଏ. ଜି. ଏମ୍ ନାବାର୍ଡ, ଶ୍ରୀଯୁକ୍ତ ଧୀରେନ୍ଦ୍ର କୁମାର ଦାଶ,ଆ. ଟି.ଡି.ଏ ର ପ୍ରକଳ୍ପ ମ୍ୟାନେଜର ସ୍ନେହପ୍ରଭା ସାହୁ, କୁଚିଣ୍ଡା କୋ ଅପରେଟିଭ ବ୍ୟାଙ୍କ୍ ମ୍ୟାନେଜର ସବନମ ପଟେଲ, କୁଚିଣ୍ଡା କୃଷି ବିଭାଗର ସହାୟକ କୃଷି ଅଧିକାରିଣୀ ସସ୍ମିତା କିରୋ ଏବଂ ସାର୍କ ସମ୍ପାଦକ ଆଶୋକ କୁମାର ପାଣିଗ୍ରାହୀ ପ୍ରମୁଖ ମହିଳା ଶସକ୍ତିକରଣ, ରୋଜଗାରକ୍ଷମ ତଥା ମହିଳା ମାନଙ୍କର ଅଧୂକାର ଉପରେ ଆଲୋକପାତ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ୱାଡି ପ୍ରକଳ୍ପ ର ସଫଳ ମହିଳା ଚାଷୀ ଏଞ୍ଜେଲା ଖେସ, କୃଷକ ଉତ୍ପାଦକ ସଂଗଠନର ସଫଳ ମହିଳା ଚାଷୀ ଏବଂ ଉଦ୍ୟୋଗି ହିସାବରେ ଲକ୍ଷ୍ୟହୀରା ସାହୁ, ସରୋଜିନି କାଲୋ, ରଜେଶ୍ବରି ଦେଓ, ଆରତୀ ନାୟକ, ସୁଜାତା ଲାକ୍ରା, ସୁକୁତା ପଟେଲ, ରୁପଶ୍ରୀ କାଲୋ, ମମତା ପ୍ରଧାନ, ସସ୍ମିତା ରଣା,

ରୁନୁ ସୟା ବେରିହା ଙ୍କୁ ଉପତୋକନ ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସ୍ବେଚ୍ଛାସେବୀ ଅନୁଷ୍ଠାନ ସାର୍କ ସହଯୋଗରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପରମ ଜ୍ୟୋତି ବିଦ୍ୟା ନିକେତନ, ଏୱାଡ ସହିତ ଛଅ ଟି କୃଷକ ଉତ୍ପାଦକ ସଂଗଠନର ମହିଳା ମାନେ ଅଂଶ ଗ୍ରହଣ କରିଥିଲେ।