May 10, 2026

ପୁରୀ ଜଗନ୍ନାଥ ଷ୍ଟାଡିଅମ ଠାରେ ଅନୁଷ୍ଠିତ ତୃତୀୟ ଏନଟିପିସି ସର୍ବଭାରତୀୟ ରାଙ୍କିଙ୍ଗ ତୀରନ୍ଦାଜ ଉପ କନିଷ୍ଠ ପ୍ରତିଯୋଗିତାର ଦ୍ଵିତୀୟ ଦିନରେ ସମସ୍ତ ନକଆଉଟ ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ..

IMG-20250307-WA0030
Share

ପୁରୀ ଜଗନ୍ନାଥ ଷ୍ଟାଡିଅମ ଠାରେ ଅନୁଷ୍ଠିତ ତୃତୀୟ ଏନଟିପିସି ସର୍ବଭାରତୀୟ ରାଙ୍କିଙ୍ଗ ତୀରନ୍ଦାଜ ଉପ କନିଷ୍ଠ ପ୍ରତିଯୋଗିତାର ଦ୍ଵିତୀୟ ଦିନରେ ସମସ୍ତ ନକଆଉଟ ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ରିକର୍ଭ ବାଳକ ବିଭାଗରେ ଉତ୍ତରପ୍ରଦେଶ ର ଆରୟଣ ରାଣା, ତାମିଲନାଡୁ ର ସ୍ମରଣ ସର୍ବେଶଙ୍କୁ ପରାସ୍ତ କରି ପ୍ରଥମ ସ୍ଥାନ ଅଧିକାର କରି ୧୦୦୦୦ ଟଙ୍କାର ପୁରସ୍କାର ରାଶି ଜିତିବା ସହିତ ସର୍ବେଶ ଦ୍ଵିତୀୟ ସ୍ଥାନରେ ରହି ୭୫୦୦ ଟଙ୍କା ପୁରସ୍କାର ରାଶି ଜିତିଥିଲେ l ସେହିଭଳି ମେଘାଳୟ ର ଦେବରାଜ ମହାପାତ୍ର ରାଜସ୍ଥାନ ର ହନି ହନି କୁମାବତ କୁ ହରାଇ ୬୦୦୦ ଟଙ୍କାର ପୁରସ୍କାର ରାଶି ଜିତିଥିଲେ l ରିକର୍ଭ ମହିଳା ବିଭାଗ ର ମହାରାଷ୍ଟ୍ର ର ବୈଷ୍ଣବୀ ମହେଶ କୁଲକର୍ନି ହରିୟଣା ର ତମନ୍ନା ଗୁଲିୟାଙ୍କୁ ପରାସ୍ତ କରି ପ୍ରଥମ ସ୍ଥାନ ରେ ରହି ୧୦, ୦୦୦ଟଙ୍କାର ପୁରସ୍କାର, ଦ୍ୱିତୀୟ ସ୍ଥାନ ରେ ରହି ୭୫୦୦ ଟଙ୍କାର ପୁରସ୍କାର, ତୃତୀୟ ସ୍ଥାନ ରେ ରହି ୬୦୦୦ଟଙ୍କାର ପୁରସ୍କାର ଗ୍ରହଣ କରିଥିଲେ l ସେହିପରି କମ୍ପାଉଣ୍ଡ ବାଳକ ବିଭାଗ ରେ ଦିବ୍ୟାଂଶୁ ସିଂ ପ୍ରଥମ ସ୍ଥାନ, ଚଣ୍ଡିଗଡ ର ହର୍ଷକୁମାର ଦ୍ଵିତୀୟ ସ୍ଥାନ ରାଜସ୍ତାନ ର ପ୍ରଦ୍ୟୁମ୍ନ ଯାଦବ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି l ବାଳିକା ବିଭାଗ ରେ ମହାରାଷ୍ଟ୍ର ର ତେଜଲ ରାଜେନ୍ଦ୍ର ପ୍ରଥମ ସ୍ଥାନ, ପଶ୍ଚିମବଙ୍ଗ ର ପ୍ରାପ୍ତି ଦ୍ଵିତୀୟ ସ୍ଥାନ ଏବଂ ହରିୟାନା ର ଏକତା ରାଣୀ ତୃତୀୟ ସ୍ଥାନ ଅଧିକାର କରି ନିଜନିଜର ପୁରସ୍କାର ରାଶି ଗ୍ରହଣ କରିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ