ପୁରୀ ଜଗନ୍ନାଥ ଷ୍ଟାଡିଅମ ଠାରେ ଅନୁଷ୍ଠିତ ତୃତୀୟ ଏନଟିପିସି ସର୍ବଭାରତୀୟ ରାଙ୍କିଙ୍ଗ ତୀରନ୍ଦାଜ ଉପ କନିଷ୍ଠ ପ୍ରତିଯୋଗିତାର ଦ୍ଵିତୀୟ ଦିନରେ ସମସ୍ତ ନକଆଉଟ ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ..

ପୁରୀ ଜଗନ୍ନାଥ ଷ୍ଟାଡିଅମ ଠାରେ ଅନୁଷ୍ଠିତ ତୃତୀୟ ଏନଟିପିସି ସର୍ବଭାରତୀୟ ରାଙ୍କିଙ୍ଗ ତୀରନ୍ଦାଜ ଉପ କନିଷ୍ଠ ପ୍ରତିଯୋଗିତାର ଦ୍ଵିତୀୟ ଦିନରେ ସମସ୍ତ ନକଆଉଟ ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ରିକର୍ଭ ବାଳକ ବିଭାଗରେ ଉତ୍ତରପ୍ରଦେଶ ର ଆରୟଣ ରାଣା, ତାମିଲନାଡୁ ର ସ୍ମରଣ ସର୍ବେଶଙ୍କୁ ପରାସ୍ତ କରି ପ୍ରଥମ ସ୍ଥାନ ଅଧିକାର କରି ୧୦୦୦୦ ଟଙ୍କାର ପୁରସ୍କାର ରାଶି ଜିତିବା ସହିତ ସର୍ବେଶ ଦ୍ଵିତୀୟ ସ୍ଥାନରେ ରହି ୭୫୦୦ ଟଙ୍କା ପୁରସ୍କାର ରାଶି ଜିତିଥିଲେ l ସେହିଭଳି ମେଘାଳୟ ର ଦେବରାଜ ମହାପାତ୍ର ରାଜସ୍ଥାନ ର ହନି ହନି କୁମାବତ କୁ ହରାଇ ୬୦୦୦ ଟଙ୍କାର ପୁରସ୍କାର ରାଶି ଜିତିଥିଲେ l ରିକର୍ଭ ମହିଳା ବିଭାଗ ର ମହାରାଷ୍ଟ୍ର ର ବୈଷ୍ଣବୀ ମହେଶ କୁଲକର୍ନି ହରିୟଣା ର ତମନ୍ନା ଗୁଲିୟାଙ୍କୁ ପରାସ୍ତ କରି ପ୍ରଥମ ସ୍ଥାନ ରେ ରହି ୧୦, ୦୦୦ଟଙ୍କାର ପୁରସ୍କାର, ଦ୍ୱିତୀୟ ସ୍ଥାନ ରେ ରହି ୭୫୦୦ ଟଙ୍କାର ପୁରସ୍କାର, ତୃତୀୟ ସ୍ଥାନ ରେ ରହି ୬୦୦୦ଟଙ୍କାର ପୁରସ୍କାର ଗ୍ରହଣ କରିଥିଲେ l ସେହିପରି କମ୍ପାଉଣ୍ଡ ବାଳକ ବିଭାଗ ରେ ଦିବ୍ୟାଂଶୁ ସିଂ ପ୍ରଥମ ସ୍ଥାନ, ଚଣ୍ଡିଗଡ ର ହର୍ଷକୁମାର ଦ୍ଵିତୀୟ ସ୍ଥାନ ରାଜସ୍ତାନ ର ପ୍ରଦ୍ୟୁମ୍ନ ଯାଦବ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି l ବାଳିକା ବିଭାଗ ରେ ମହାରାଷ୍ଟ୍ର ର ତେଜଲ ରାଜେନ୍ଦ୍ର ପ୍ରଥମ ସ୍ଥାନ, ପଶ୍ଚିମବଙ୍ଗ ର ପ୍ରାପ୍ତି ଦ୍ଵିତୀୟ ସ୍ଥାନ ଏବଂ ହରିୟାନା ର ଏକତା ରାଣୀ ତୃତୀୟ ସ୍ଥାନ ଅଧିକାର କରି ନିଜନିଜର ପୁରସ୍କାର ରାଶି ଗ୍ରହଣ କରିଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ