May 10, 2026

ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ନିମନ୍ତେ ରାହାମାରେ ଭୂମି ପୂଜନ..

IMG-20250306-WA0006
Share

 

*ଜଗତସିଂହପୁର/ କୁଜଙ୍ଗ/ରାହାମା/ପାରାଦ୍ଵୀପ ତା 05/03/2025* ଜଗତସିଂହପୁର ଜିଲ୍ଲାର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ରାହାମା କଲେଜ ଖେଳ ପଡ଼ିଆଠାରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଓ ପଞ୍ଚକୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ ଆଜି ସୁପ୍ରଭାତର ଶୁଭ ମୁହୂର୍ତ୍ତରେ ଶାସ୍ତ୍ରୀୟମତେ ଭୂମି ପୂଜନ ଯଜ୍ଞାଚାର୍ଯ୍ୟ ଶ୍ରୀ ବିଷ୍ଣୁ ନାରାୟଣ ପାଢ଼ି ଓ ସନ୍ଥ ଶ୍ରୀ ସ୍ମୃତି ସାଗରାନନ୍ଦ ମହାରାଜ ଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଅଛି। ମହୋତ୍ସବ କମିଟିର ସଭାପତି ଚୈ।ଧୁରୀ ପ୍ରଜ୍ଞାନନ୍ଦ ଦାସ ଏହି ମହନୀୟ ମହୋତ୍ସବର ସଫଳ ରୂପାୟନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦ ଭିକ୍ଷା କରି ଭାଗବତ ପରିବାର ର ସମସ୍ତ କର୍ମକର୍ତ୍ତା ଙ୍କ ସହଯୋଗ ପାଇଁ ଅନୁରୋଧ କରିଥିଲେ ।ମହାପ୍ରଭୁଙ୍କ ଏହି ମହାନ କାର୍ଯ୍ୟକ୍ରମରେ ସ୍ଥାନୀୟ ନୃସିଂହ ମଠ ଅଧିକାରୀ ରମାକାନ୍ତ ଦାସ, ବିଶ୍ଵକର୍ମା ରୋହିତ ସୂତାର, ଶାନ୍ତନୁ ମହାରଣା, ବଣିକ ସଂଘ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ସାହୁ,ବଣିକ ସଂଘ ପୂର୍ବତନ ସଭାପତି ଶ୍ରୀ ଭିକାରୀ ଚରଣ ସେନାପତି, ଭାଗବତ ପରିବାରର ବରିଷ୍ଠ ସଭ୍ୟ ଶ୍ରୀ ଧୃବ ଚରଣ ଦାସ,କିଶୋରୀ ଚରଣ ଦାସ, ଗୋଲେଖ ଚନ୍ଦ୍ର ସାହୁ,ବାସୁଦେବ ବରାଳ, ଅନନ୍ତ ଚରଣ କର,ଶରତ ଚନ୍ଦ୍ର ସାହୁ, ମନୋହର ସ୍ବାଇଁ,ଅକ୍ଷୟ କୁମାର ସାହୁ, ପ୍ରଦୀପ କୁମାର ସାହୁ, ଭଞ୍ଜ କିଶୋର ସାହୁ, ବିନୋଦ ବରାଳ, ଦୁର୍ଯୋଧନ ପାତ୍ର, କାହ୍ନୁଚରଣ ସାହୁ, ନୃସିଂହ ଚରଣ ସେନାପତି, ଶ୍ରୀକାନ୍ତ ଶତପଥୀ, ପ୍ର ରମେଶ ମହାପାତ୍ର, ପ୍ର ପ୍ରଶାନ୍ତ କୁମାର କାନୁନଗୋ, ପ୍ରସନ୍ନ କୁମାର ସ୍ବାଇଁ, ଦେବାଶିଷ ଅକ୍ଷୟ କୁମାର ମହାନ୍ତି, ଶ୍ରୀକାନ୍ତ ମହାନ୍ତି, ପ୍ରଶାନ୍ତ ଦାସ, ରଞ୍ଜନ ବେହେରା, ବିନୋଦ ମୁଦୁଲି,ଅମୀୟ ଜେନା,ଶ୍ରୀମତୀ ଶୈଳବାଳା ନାୟକ ପ୍ରମୁଖ ଯୋଗଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଅନନ୍ୟ କାର୍ଯ୍ୟକ୍ରମ କୁ ପୂର୍ଣ୍ଣ ସଫଳ କରିବା ପାଇଁ ସଂକଳ୍ପ ନେଇଥିଲେ । ଶେଷରେ ମହୋତ୍ସବ କମିଟିର ମୂଖ୍ୟ ସଂଯୋଜକ ତଥା ସମ୍ପାଦକ ଡ଼ ସୁନାକର ବେହେରା ମହାମହୋତ୍ସବରେ ସମସ୍ତ ଭଗବତ୍ପ୍ରେମୀ ଜନସାଧାରଣ ଙ୍କ ଉପସ୍ଥିତି ଓ ସହଯୋଗ କାମନା କରିଥିଲେ। (ଶାରଦା ପ୍ରସନ୍ନ ପରିଜାଙ୍କ ରିପୋର୍ଟ)